ETV Bharat / state

ଶୁଣୁନାହାନ୍ତି ସରକାର, କ୍ଷତିପୂରଣ ଦାବିରେ 6 ଘଣ୍ଟିଆ ବନ୍ଦ ପାଳନ - ଇନ୍ଦ୍ରାବତୀ ବଜାର ସମ୍ପୂର୍ଣ ବନ୍ଦ

ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ବାରା ବାସହରା କ୍ଷତିପୂରଣ ଦାବି କରି ନିର୍ମାଣ ଯନ୍ତ୍ରୀଙ୍କୁ ଦାବିପତ୍ର ସହ 9ଘଣ୍ଚିଆ ବଜାର ବନ୍ଦ । ଅଧିକ ପଢନ୍ତୁ...

ନବରଙ୍ଗପୁରରେ କ୍ଷତିପୂରଣ ଦାବି କରି ବନ୍ଦ ପାଳନ

author img

By

Published : Dec 16, 2020, 1:24 PM IST

ନବରଙ୍ଗପୁର: ଜିଲ୍ଲାର ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ବାରା ବାସହରା ହୋଇଛନ୍ତି 6133 ପରିବାର । ସେମାନଙ୍କୁ କ୍ଷତିପୂରଣ ନ ମିଳିବାରୁ ନିର୍ମାଣ ଯନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇ ବୁଧବାର ଇନ୍ଦ୍ରାବତୀ ବଜାର ସମ୍ପୂର୍ଣ ବନ୍ଦ ରହିଛି ।

ଶୁଣୁନାହାନ୍ତି ସରକାର, କ୍ଷତିପୂରଣ ଦାବିରେ 6 ଘଣ୍ଟିଆ ବନ୍ଦ ପାଳନ

ସୂଚନାଅନୁସାରେ,ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ବାରା ବାସହରାଙ୍କୁ କ୍ଷତିପୂରଣ ଦେବାକୁ ସରକାର କଥା ଦେଇଥିଲେ । ହେଲେ ସରକାରଙ୍କର ଏହି କଥା କଥାରେ ରହିଗଲା । ଏ ଯାଏଁ ଗୋଟିଏ ବି ପରିବାରକୁ କ୍ଷତିପୂରଣ ମିଳିନାହିଁ । ଏହାକୁ ପ୍ରତିବାଦ କରି ବୁଡ଼ି ଅଞ୍ଚଳିୟ ଗଣ ପରିଷଦ ସଭାପତି ଦୈତାରୀ ବିଷୋୟୀ, ସମ୍ପାଦକ ସୁଧୀର କୁମାର ସୁନାଙ୍କ ନେତୃତ୍ବରେ ବାସହରା ପରିବାର ବର୍ଗ ନଗର ପରିକ୍ରମା କରି ପ୍ରକଳ୍ପ ପ୍ରଶାସକ ତଥା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗଗନ ବିହାରୀ ସାହୁଙ୍କୁ 14 ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ସହ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ଦପ୍ତର ଖାତିଗୁଡା ବଜାର ବନ୍ଦ କରାଯାଇଛି ।

ଓଡିଶା ଜଳ ବିଦ୍ୟୁତ ନିଗମ ଇନ୍ଦ୍ରାବତୀ ପ୍ରକଳ୍ପରୁ ବାର୍ଷିକ 1000 କୋଟିରୁ ଉର୍ଦ୍ଧ୍ବ ରାଜସ୍ବ ପାଉଥିଲେ ହେଁ ବାସଚ୍ୟୁତ ପରିବାର ବର୍ଗଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ଦିଗରେ ଅନିୟମିତତା ଦେଖାଯାଇଥିବା ଅଭିଯୋଗ କରି ବୁଡ଼ି ପରିବାର ବର୍ଗଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପାରିପାର୍ଶ୍ଵିକ ବିକାଶ ତଥା ବାସଚ୍ୟୁତ ପରିବାରକୁ ଧାର୍ଯ୍ୟ ଅନୁଦାନ ପ୍ରତି ଜଳ ବିଦ୍ୟୁତ ନିଗମ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଥିବା ଅଭିଯୋଗ କରି ଇନ୍ଦ୍ରାବତୀ ବଜାର ଛଅ ଘଣ୍ଟା ପାଇଁ ସମ୍ପୂର୍ଣ ବନ୍ଦ ରହିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.