ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଜଣେ ଯୁବତୀଙ୍କ ଯୌନ ନିର୍ଯାତନା ଅଭିଯୋଗ ପରେ ଏବେ ଘଟଣାକୁ ନେଇ ତେଜିଛି ରାଜନୀତି । ଆଜି ନବରଙ୍ଗପୁର ସହର ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥରେ କଂଗ୍ରେସ ଦଳ ପକ୍ଷରୁ ବିଧାୟକ ପ୍ରକାଶ ମାଝୀଙ୍କ କୁଶପୁତ୍ତଳିକା ଦାହ କରାଯିବା ସହିତ ଯୌନ କେଳେଙ୍କାରୀରେ ଲିପ୍ତ ବିଧାୟକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି । ବିଧାୟକ ପ୍ରକାଶ ମାଝୀଙ୍କ ଇସ୍ତଫା ଦାବି କରାଯାଇଛି ।
ଅପରପକ୍ଷରେ ନବରଙ୍ଗପୁର ବିଜେପି ପକ୍ଷରୁ ବିଧାୟକ ପ୍ରକାଶ ମାଝୀଙ୍କ ଇସ୍ତଫା ଦାବି କରାଯିବା ସହିତ ବିଧାୟକଙ୍କ ଗିରଫଦାରୀ ଦାବି କରାଯାଇଛି । ଏହାସହ ଉମରକୋଟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ପ୍ରକାଶ ମାଝୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ