ETV Bharat / state

ବିରାଜିବେ ବିଘ୍ନ ବିନାଶକ, ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର - ମୂର୍ତ୍ତି କାର୍ଯ୍ୟରେ ବ୍ୟସ୍ତ କାରିଗର

ଚଳିତ ଥର ନବରଙ୍ଗପୁରରେ ସର୍ବସାଧାରଣରେ ପୂଜା ପାଇବେ ବିଘ୍ନ ବିନାଶକ । ବିଭିନ୍ନ ସ୍ଥାନରେ ମୂର୍ତ୍ତି ତିଆରି ଚାଲିଥିବା ବେଳେ ରାତି ଦିନ ଏକ କରି ଦେଇଛନ୍ତି କାରିଗର । ଅଧିକ ପଢନ୍ତୁ

ବିରାଜିବେ ବିଘ୍ନ ବିନାଶକ, ମୂର୍ତ୍ତି କାର୍ଯ୍ୟରେ ବ୍ୟସ୍ତ କାରିଗର

author img

By

Published : Aug 28, 2022, 12:25 PM IST

ନବରଙ୍ଗପୁର: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଓହ୍ଲାଇଆସିବେ ପାର୍ବତୀ ନନ୍ଦନ । ମଣ୍ଡପରେ ବିରାଜିବେ ବିଘ୍ନ ବିନାଶକ । ଚିକମିକ ଆଲୁଅରେ ଝଲସିବ ଗାଁଠୁ ସହର,ଉତ୍ସବ ମୁଖର ହୋଇ ଉଠିବ ପରିବେଶ । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ହେଲା ଭକ୍ତଙ୍କ ଗହଣକୁ ଆସି ପାରିନଥିଲେ ଗଜାନନ । ଏଥିପାଇଁ ଚଳିତ ଥର ପ୍ରତି ପୂଜା ମଣ୍ଡପରେ ଧୂମଧାମ୍‌ରେ ପୂଜା କରିବାକୁ ଜୋରଦାର ପ୍ରସ୍ତୁତି ଦେଖିବାକୁ ମିଳିଛି । ଗତ ବର୍ଷ ବଡ ମୂର୍ତ୍ତି ପୂଜା ଉପରେ କଟକଣା ଲଗାଯାଇଥିବା ବେଳେ ଚଳିତ ବର୍ଷ କିନ୍ତୁ ସର୍ବସାଧାରଣରେ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ପୂଜା ପାଇବେ । ଏନେଇ ମୂର୍ତ୍ତି କାମରେ ନିମଗ୍ନ ଅଛନ୍ତି କାରିଗର । କେଉଁଠି ମାଟିରେ ମୂର୍ତ୍ତି ତିଆରି ଚାଲିଛି ତ ଆଉ କେଉଁଛି ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ବିଗତ ଦୁଇ ବର୍ଷ ହେଲା ମୂର୍ତ୍ତି ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ଚଳିତ ବର୍ଷ ମୂର୍ତ୍ତି ନିର୍ମାଣ କରି ବିକ୍ରି କରିବାକୁ ଆଶା ରଖିଛନ୍ତି କାରିଗର ।

ବିରାଜିବେ ବିଘ୍ନ ବିନାଶକ, ମୂର୍ତ୍ତି କାର୍ଯ୍ୟରେ ବ୍ୟସ୍ତ କାରିଗର

ହା ମଧ୍ୟ ପଢନ୍ତୁ-ଧରା ପୃଷ୍ଠକୁ ଓହ୍ଲାଇବେ ବିଘ୍ନ ବିନାଶକ, ମୂର୍ତ୍ତି ପ୍ରସ୍ତୁତରେ ନିମଗ୍ନ କାରିଗର

ଏନେଇ ନବରଙ୍ଗପୁରରେ ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି କାରିଗର । ବିଭିନ୍ନ ସ୍ଥାନରେ ମୂର୍ତ୍ତି ତିଆରି ଚାଲିଥିବା ବେଳେ ରାତି ଦିନ ଏକ କରି ଦେଇଛନ୍ତି କାରିଗର । ବିଭିନ୍ନ ପ୍ରକାର ମାଟି ମିଶ୍ରଣରେ ମୂର୍ତ୍ତି ତିଆରି କରାଯାଉଥିବା ବେଳେ କାରିଗରମାନେ ଭଲ ରୋଜଗାର ହେବା ନେଇ ଆଶା ରଖିଛନ୍ତି । ଭଳି କି ଭଳି ସିଂହାସନରେ ଗଜାନନଙ୍କୁ ବିରାଜମାନ କରାଯାଇଥିବା ଦେଖିବାକୁ ମିଳିଛି । ସହରର ଆମ୍ବେଦକର ଛକ ନିକଟରେ ଅସ୍ଥାୟୀ ଦୋକାନରେ ବାଘସିଉନିର ଦଶରଥ ଆର୍ଟ ପକ୍ଷରୁ ଗଣେଶଙ୍କ ମୂର୍ତ୍ତି ତିଆରି କରାଯାଉଛି । ସେହିପରି ପୋଲିସ ପଡିଆ ଠାରେ ଯେଟୁଗୁଡାର ଜଳନ୍ଧର ଆର୍ଟ ତରଫରୁ 5ରୁ 6ଜଣ ଯୁବକଙ୍କୁ ନିୟୋଜିତ କରି ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମୂର୍ତ୍ତି କାରିଗରମାନେ ମୂର୍ତ୍ତି ନିର୍ମାଣରେ ଲାଗିପଢିଛନ୍ତି।

ଏହା ମଧ୍ୟ ପଢନ୍ତୁ-ଧରାବତରଣ କରିବେ ପାର୍ବତୀନନ୍ଦନ, ରାଜଧାନୀରେ ଜୋରଦାର ପ୍ରସ୍ତୁତି, କାରିଗରଙ୍କୁ ନାହିଁ ଫୁରସତ

ଗତ ବର୍ଷ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାରିଗରମାନେ ଚାରି ଫୁଟ ଓ ଏହାଠାରୁ କମ ଉଚ୍ଚତାର ମୂର୍ତ୍ତି ଗଢ଼ିଥିଲେ । କିନ୍ତୁ ଚଳିତବର୍ଷ କୌଣସି କଟକଣା ନଥିବାରୁ ବଡ଼ବଡ଼ ମୂର୍ତ୍ତି ତିଆରି ଆରମ୍ଭ କରିଦେଇଛନ୍ତି । ଚଳିତ ବର୍ଷ ଭଲ ଦୁଇ ପଇଲା ରୋଜଗାର ହେବା ଆଶା ନେଇ ମଧ୍ୟ ଖୁସି ଅଛନ୍ତି ଶିଳ୍ପୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.