ETV Bharat / state

କାଦୁଅରେ ଫସିଗଲା ସ୍କୁଲ ଗାଡ଼ି, ଠେଲିଲେ କୁନି କୁନି ପିଲା - ଫସି ଗଲା ସ୍କୁଲ ଗାଡି

ଅଧା ବାଟରେ କାଦୁଅ ପନ୍ତରାରେ ଫସିଗଲା ସ୍କୁଲ ଗାଡ଼ି । କୁନିକୁନି ଛାତ୍ରଛାତ୍ରୀ ଗାଡିରୁ ବାହାରି ଗାଡିକୁ ଠେଲୁ ଥିବାର ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ମୂଷାମୁଣ୍ଡିଗୁଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଅଧିକ ପଢନ୍ତୁ

school van stuck in mud
school van stuck in mud
author img

By ETV Bharat Odisha Team

Published : Sep 27, 2023, 2:09 PM IST

କାଦୁଅରେ ଫସି ଗଲା ସ୍କୁଲ ଗାଡି

ନବରଙ୍ଗପୁର: ରାସ୍ତାରେ ଆଣ୍ଠୁଏ କାଦୁଅ । ପାଦରେ ଚାଲି ଯିବା ବି ମୁସ୍କିଲ । ଆଉ ଗାଡ଼ି ତ ଦୂରରେ ଥାଉ । ଅଧା ବାଟରେ କାଦୁଅ ପନ୍ତରାରେ ଫସି ଗଲା ସ୍କୁଲ ଗାଡ଼ି । ଟିକେ ବି ଆଗକୁ ଗଡ଼ିଲା ନାହିଁ । ଫଳରେ ବାଧ୍ୟ ହୋଇ କୁନିକୁନି ଛାତ୍ରଛାତ୍ରୀ ଗାଡିରୁ ବାହାରି ଗାଡିକୁ ଠେଲୁଥିବାର ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ମୂଷାମୁଣ୍ଡିଗୁଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।

ଅଧା ରାସ୍ତାରେ କାଦୁଆ ପନ୍ତରାରେ ଗାଡି ଫସିବ ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମୂଷାମୁଣ୍ଡିଗୁଡ଼ା ଛୋକଠାରୁ ଭାୟା ଅଞ୍ଚଳଗୁମ୍ମା ଦେଇ କଣ୍ଟାଗାଁକୁ ଯାଉଥିବା ରାସ୍ତାର । ଏଠାରେ ନୂତନ ଭାବେ ରାସ୍ତା ନିର୍ମାଣ କାମ ଚାଲୁ ରହିଛି । ଅନ୍ୟପଟେ ଉମୁରି ନିକଟରେ ଥିବା ଏକ ପୁରୁଣା ପୋଲକୁ ଭାଙ୍ଗି ନୂତନ ପୋଲ ନିର୍ମାଣ କାମ ଜାରି ରହିଛି କିନ୍ତୁ ଜନସାଧାରଣଙ୍କ ଯାତାୟତ ସୁବିଧା ପାଇଁ ବ୍ୟବସ୍ଥା ନକରି କେବଳ ମାଟି ପକେଇ ଛାଡ଼ି ଦେଇଛନ୍ତି । ନାଳରେ ଏକ ବିଦ୍ୟୁତ ଖୁଣ୍ଟ ଦେଇ ରାସ୍ତା ତିଆରି କରାଯାଇଛି । ଫଳରେ ଅନେକ ଲୋକଙ୍କ ଦୁର୍ଘଟଣା ବି ଘଟିଲାଣି । ଏପରି ବିପଦପୂର୍ଣ୍ଣ ଯାତ୍ରାକରି ଅନେକ ଲୋକଙ୍କ ଧନଜୀବନ ନଷ୍ଟ ହେଉଛି ।

ଠିକାଦାରଙ୍କ ଏପରି ମନମାନି ପାଇଁ ଏହାର ଦାୟୀ କିଏ ହେବ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ରାସ୍ତା ଏହି ଅଞ୍ଚଳର ମୁଖ୍ୟ ରାସ୍ତା ହୋଇଥିବା ବେଳେ ଉଭୟ ପାର୍ଶ୍ବରେ ଅନେକ ସରକାରୀ କାର୍ଯ୍ୟାଳୟ ହସ୍ପିଟାଲ ,ସ୍କୁଲ ,ବ୍ୟାଙ୍କ ରହିଥିବା ବେଳେ ନିତିଦିନିଆ ବ୍ୟବହାର ପାଇଁ ତେଲ ଲୁଣ ପାଇଁ ମଧ୍ୟ ଲୋକ ଏହି ରାସ୍ତା ଉପରେ ଭରସା କରିଥାନ୍ତି। ରାସ୍ତାକୁ ନେଇ ଏବେ ଅଞ୍ଚଳର ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରାସସରଣ ପରେ ମଧ୍ୟ ଜନପ୍ରତିନିଧି କିମ୍ବା ଜିଲ୍ଲା ପ୍ରଶାସନଙ୍କ ନିଦ ଭାଙ୍ଗୁ ନାହିଁ । ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ତ୍ରିପାଠୀ ମଧ୍ୟ ରାସ୍ତା କାମକୁ ନେଇ ବର୍ଷିବା ସହ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଏପରି ନିମ୍ନମାନର କାମ ହେଉଥିବା ଅଭିଯୋଗ କରିଛନ୍ତି । ଯଦି ସମସ୍ୟାର ସମାଧାନ ନହେଲେ ଜିଲ୍ଲା କଂଗ୍ରେସ ପକ୍ଷରୁ ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ...ଓଲଟିଲା ସ୍କୁଲ ଭ୍ୟାନ, ଅନେକ ଛାତ୍ରଛାତ୍ରୀ ଆହତ

ଏହି ସମସ୍ୟା ଗୋଟିଏ ଦିନର ନୁହେଁ । 8ମାସ ହେବ ରାସ୍ତାରେ ଏହି ସମସ୍ୟା ଦେଖିବାକୁ ମିଳିଛି । 8 ମାସ ହେଲା ଏପରି ବିପଦପୂର୍ଣ୍ଣ ରାସ୍ତାରେ ଯାତାୟତ କରୁଛନ୍ତି ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକେ। ବାରମ୍ବାର ଦୁର୍ଘଟଣା ଘଟିଲେ ବି କାହାର ଧ୍ୟାନ ନାହିଁ । ଅନେକ ଲୋକଙ୍କ ହାତ ଗୋଡ଼ ଭାଙ୍ଗିଲାଣି କାମ ବି ନିମ୍ନମାନର ହେଉଛି କିନ୍ତୁ ପ୍ରଶାସନ ଜାଣିଶୁଣି ଚୁପ ବସିଥିବା ଅଭିଯୋଗ ହୋଇଛି । ଏହି ଦୃଶ୍ୟ ଦେଖିବା ପରେ ରାଜ୍ୟରେ କେତେ ବିକାଶ ହୋଇଛି ତାହା ଅନୁମୟ । ଓଡ଼ିଶା ସରକାରଙ୍କ ବିକାଶ କେତେ ଆଗେଉଛି ତାହା ସ୍ପଷ୍ଟ ବାରି ହୋଇ ପଡୁଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.