ETV Bharat / state

ଭାରସାମ୍ୟ ହରାଇ ଗଛରେ ପିଟିହେଲା ସ୍କୁଲ ବସ୍‌, 15 ଛାତ୍ରଛାତ୍ରୀ ଆହତ - ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ

ନବରଙ୍ଗପୁର ଜିଲ୍ଲା ମୋହରା ଗ୍ରାମ ନିକଟରେ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ । ଏଥିରେ 15 ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

bus accident
ବସ ଦୁର୍ଘଟଣା
author img

By

Published : Jan 11, 2023, 1:49 PM IST

ଗଛରେ ପିଟିହେଲା ସ୍କୁଲ ବସ୍‌

ନବରଙ୍ଗପୁର: ଗଛରେ ପିଟିହେଲା ସ୍କୁଲ ବସ୍ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫଟିକିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ 15 ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: କଂଗ୍ରେସ କ୍ଷମତାକୁ ଆସିଲେ ଖାଇବା ତେଲ, ଚାଉଳ ଲୁଣ ଦେବ: ଗଣେଶ୍ବର ବେହେରା

ସୂଚନା ଅନୁଯାୟୀ, ଫଟିକିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍କୁଲ ବସ୍‌ ପିଲାଙ୍କୁ ନେଇ ଚନ୍ଦାହାଣ୍ଡିରୁ ଫଟିକି ଯାଉଥିଲା । ଏହି ସମୟରେ ମୋହରା ଗ୍ରାମ ନିକଟରେ ଭରସାମ୍ୟ ହରାଇ ବସ୍‌ଟି ଏକ ଗଛରେ ପିଟି ହୋଇଥିଲା । ଫଳରେ ବସ୍‌ରେ ବସିଥିବା ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ ଚନ୍ଦାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ଚନ୍ଦାହାଣ୍ଡି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ବସ୍‌ ଜବତ କରି ତଦନ୍ତ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: Hockey World Cup: ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ବିତର୍କ ପ୍ରତିଯୋଗିତା, ପ୍ରଥମ ହେଲେ ଇଟିଭି ଭାରତ ସାମ୍ବାଦିକ

ସୂଚନା ଥାଉକି, ନିକଟରେ ଢେଙ୍କାନାଳରେ କଲେଜ ଛାତ୍ରୀଙ୍କ ଉପରେ ବସ୍‌ ମାଡିଯିବାରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଜଣେ ଛାତ୍ରୀ ସ୍କୁଟିରେ ଯାଉଥିବାବେଳେ ଏକ ବସ୍‌ ମାଡ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଢେଙ୍କାନାଳ ଜିଲ୍ଲା 55 ନମ୍ବର ଜାତୀୟ କରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ନେଇ ଖବର ପାଇବା ପରେ ସ୍ଥାନୀୟ ଲୋକେ ଓ କଲେଜ ଛାତ୍ରୀ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଧଳପୁର ଛକ ନିକଟରେ ସ୍କୁଟିରେ କୁକୁର ଧକ୍କା ହେବାରୁ ରାସ୍ତାରେ ଉଭୟ ଖସି ପଡ଼ିଥିଲେ । ମାତ୍ର ପଛରୁ ରୁଙ୍ଗଟା କାରଖାନାକୁ ଯାଉଥିବା ବସ୍‌ ତାଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଭାବେ ଉଦ୍ଧାର ହୋଇ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.