ETV Bharat / state

ତାରାଗାଁକୁ ସମ୍ପୂର୍ଣ୍ଣ ସଟଡାଉନ କଲେ ସରପଞ୍ଚ

author img

By

Published : May 23, 2021, 9:31 AM IST

ନବରଙ୍ଗପୁର ତାରାଗାଁ ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରି ଗ୍ରାମକୁ ସମ୍ପୂର୍ଣ୍ଣ ସଟଡାଉନ କରିଛନ୍ତି । ଅଧିକ ପଢନ୍ତୁ...

ତାରାଗାଁକୁ ସମ୍ପୂର୍ଣ୍ଣ ସଟଡାଉନ କଲେ ସରପଞ୍ଚ
ତାରାଗାଁକୁ ସମ୍ପୂର୍ଣ୍ଣ ସଟଡାଉନ କଲେ ସରପଞ୍ଚ

ନବରଙ୍ଗପୁର: ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତାରାଗାଁ ପଞ୍ଚାୟତର ସରପଞ୍ଚ ଚମ୍ପା ନାୟକ ଜିଲ୍ଲାପାଳ କ୍ଷମତା ବ୍ୟବହାର କରି ତାରାଗାଁକୁ ଶନିବାରଠାରୁ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି। ଗ୍ରାମରେ ଦିନକୁ ଦିନ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବା ପରେ ସରପଞ୍ଚ ଏହି ନିଷ୍ପତ୍ତି ନେଇଛନ୍ତି ।

ତାରାଗାଁକୁ ସମ୍ପୂର୍ଣ୍ଣ ସଟଡାଉନ କଲେ ସରପଞ୍ଚ

ଗୋଟିଏ ସପ୍ତାହ ମଧ୍ୟରେ ପ୍ରାୟ 25ରୁ ଊର୍ଦ୍ଧ୍ବ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଓଡିଶା ବିପର୍ଯ୍ୟୟ ପରିଚାଳନା ନିୟମ 2005 ଧାରା 51 ଠାରୁ 60 ଅନୁସାରେ ସମ୍ପୂର୍ଣ୍ଣ ଗ୍ରାମକୁ ସପ୍ତାହ ପାଇଁ ସଟଡାଉନ ଘୋଷଣା କରିଛନ୍ତି ତାରାଗାଁ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ନାୟକ l ଏହି ସଟଡାଉନ ସମୟରେ କେବଳ ଅତ୍ୟନ୍ତ ଜରୁରୀ ସେବା ବ୍ୟତୀତ ବଳକା ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ତେବେ ସର୍ବସାଧାରଣଙ୍କ ଆବଶ୍ୟକ ବସ୍ତୁ ସଂଗ୍ରହ ହେତୁ ଆସନ୍ତା 24 ଓ 26 ତାରିଖ ଦୁଇ ଦିନ ପୂର୍ବାହ୍ନ 7 ଘଣ୍ଟରୁ ପୂର୍ବାହ୍ନ 10 ଘଣ୍ଟା ଯାଏଁ ମାତ୍ର 3 ଘଣ୍ଟା ପାଇଁ ବନ୍ଦ ବ୍ୟବସ୍ଥାକୁ କୋହଳ କରାଯାଇଛି ।

ଏହି ବନ୍ଦ ସମୟରେ ଅତି ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ପାଇଁ ଅନୁରୋଧ କରିବା ସହିତ ଆଦେଶକୁ ଅମାନ୍ୟ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି l ଶନିବାର ସଟଡାଉନର ପ୍ରଥମ ଦିନରେ ସମସ୍ତ ଦୋକାନଗୁଡିକ ବନ୍ଦ ଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଗ୍ରାମର 3ଟି ରାସ୍ତାରେ ବାଉଁଶ ବାଡ଼ ବାନ୍ଧିବା ସହିତ ନିଷିଦ୍ଧାଞ୍ଚଳ ବ୍ୟାନର ମାରି ରାସ୍ତା ଅବରୋଧ କରାଯାଇଛି । ଫଳରେ ଗାଁ ରାସ୍ତାଘାଟ ଖାଁ ଖାଁ ହୋଇପଡିଛି ।

ତାରାଗାଁରେ ଚିହ୍ନଟ ହୋଇଥିବା କୋରୋନା ସଂକ୍ରମିତମାନଙ୍କୁ ଗୃହ ସଂଗରୋଧରେ ରହିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ସଂକ୍ରମିତଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ସଂକ୍ରମିତ ଯୁବକମାନେ ନିଜ ଘରେ ରହିବା ପାଇଁ ସୁବିଧା ନ ଥିବାରୁ ସ୍ଥାନୀୟ ପୁରୁଣା ପଞ୍ଚାୟତ କାର୍ଯାଳୟ ଗୃହରେ ଅପରିଷ୍କାର ପରିବେଶରେ ସଙ୍ଗରୋଧରେ ରହିଥିବା ବେଳେ ସ୍ବଚ୍ଛ ହେବାକୁ ବାହାରେ ଖୋଲାମେଳା ସ୍ଥାନରେ ଯାଉଛନ୍ତି । ଯାହାଫଳରେ ସଂକ୍ରମଣ ବ୍ୟାପିବାର ଆଶଙ୍କା କରାଯାଉଛି । ଏଣୁ ବ୍ଲକ ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.