ETV Bharat / state

ଚୋରା ଚାଲାଣ ବେଳେ 7ଟି ବାଲି ଟ୍ରାକ୍ଟର ଉପରେ ଚଢାଉ

ନବରଙ୍ଗପୁର ଜିଲ୍ଲାରେ ଚୋରା ଚାଲାଣ ହେଉଥିବା ବାଲି ଓ ପଥର ଭର୍ତ୍ତି ଟ୍ରାକ୍ଟରଙ୍କ ଉପରେ ଚଢ଼ାଉ କରି ନବରଙ୍ଗପୁର ଥାନାରେ ଅଟକ ରଖିଛନ୍ତି ଉପ ଜିଲ୍ଲାପାଳ ଭାସ୍କର ରଇତ l ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର
author img

By

Published : Nov 25, 2019, 1:15 AM IST

ନବରଙ୍ଗପୁର: ଜିଲ୍ଲାରେ ଚୋରା ଚାଲାଣ ହେଉଥିବା ବାଲି ଓ ପଥର ଭର୍ତ୍ତି ଟ୍ରାକ୍ଟରଙ୍କ ଉପରେ ଚଢ଼ାଉ କରି ନବରଙ୍ଗପୁର ଥାନାରେ ଅଟକ ରଖିଛନ୍ତି ଉପ ଜିଲ୍ଲାପାଳ ଭାସ୍କର ରଇତ l ନବରଙ୍ଗପୁର ବ୍ଲକ ନନ୍ଦାହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଜାମୁଗୁଡା ଗ୍ରାମ ନିକଟରେ ପ୍ରବାହିତ ସିଉନି ନଦୀରୁ ବିନା ଅନୁମତିରେ ପାଞ୍ଚଟି ଟ୍ରାକ୍ଟର ବାଲି ଭର୍ତ୍ତି କରି ନବରଙ୍ଗପୁର ଆସୁଥିବା ବେଳେ ଅଗ୍ନିପୁର ପଞ୍ଚାୟତର ବେହେରାଗୁଡା ନିକଟରେ ଉପ ଜିଲ୍ଲାପାଳ ଚଢ଼ାଉ କରିଥିଲେ l

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ଏହି ଚଢ଼ାଉ ସମୟରେ ସେହି ଦିଗ କୁ ଆସୁଥିବା ଅନ୍ୟ ଦୁଇଟି ବେଆଇନ ପଥର ଭର୍ତ୍ତି ଟ୍ରାକ୍ଟରକୁ ମଧ୍ୟ ଚଢ଼ାଉ କରିଥିଲେ l ସାତଟି ଟ୍ରାକ୍ଟରର ମାଲିକ ମାନେ କାଗଜପତ୍ର ଦେଖାଇବାରେ ବିଫଳ ହେବାରୁ ସମସ୍ତ ଟ୍ରାକ୍ଟରକୁ ନବରଙ୍ଗପୁର ଥାନାକୁ ଅଣାଯାଇ ଅଟକ ରଖାଯାଇଛି l

ସୂଚନାନୁଯାୟୀ, ଜିଲ୍ଲାରେ ବିଶେଷ କରି କୋଶାଗୁମୁଡା, ପାପଡାହାଣ୍ଡି, ଡାବୁଗାଁ, ନନ୍ଦାହାଣ୍ଡି, ତେନ୍ତୁଳୀଖୁଣ୍ଟି ଓ ନବରଙ୍ଗପୁର ବ୍ଲକରେ ଅନେକ ଥର ବାଲି ଚୋରା ଚାଲାଣ ହୋଇ ଅନ୍ୟ ରାଜ୍ୟ କୁ ଯାଉଥିବା ଅଭିଯୋଗ ହୋଇ ଆସୁଥିଲା l କିନ୍ତୁ, ପ୍ରଶାସନର ନୀରବତା ଯୋଗୁଁ ବାଲି ଓ ପଥର ମାଫିଆ ମାନେ ସକ୍ରିୟ ହୋଇ ନବରଙ୍ଗପୁର ଠାରୁ ବାଲି ଓ ପଥର ଉଠାଇ ଅନ୍ୟ ରାଜ୍ୟ ଯଥା ଆନ୍ଧ୍ର ଓ ଛତିଶଗଡକୁ ଚାଲାଣ କରୁଥିବା ଦେଖା ଦେଉଥିଲା ।

ବେଆଇନ ଚୋରା ଚାଲାଣ ଉପରେ ଉପ ଜିଲ୍ଲାପାଳଙ୍କ ଚଢ଼ାଉ ଯୋଗୁଁ ମାଫିଆ ମାନଙ୍କ ହୋସ ଉଡିଯାଇଥିବା ଜଣାପଡିଛି । ହେଲେ କେବଳ ଟ୍ରାକ୍ଟର ନୁହେଁ ଟିପର ମାଧ୍ୟମରେ ଅନ୍ୟ ରାଜ୍ୟ କୁ ଯାଉଥିବା ବାଲିକୁ ମଧ୍ୟ ଚଢ଼ାଉ କରିବାକୁ ସାଧାରଣରେ ଦାବି ହେଉଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
ଉପ ଜିଲ୍ଲାପାଳ ଙ୍କ ଦ୍ୱାରା ସାତ ଟି ଟ୍ରାକ୍ଟର ଅଟକ l
ଫର୍ମାଟ-ଏଭିଓ

------------------------------------------------
ନବରଙ୍ଗପୁର ଉପ ଜିଲ୍ଲାପାଳ ଭାସ୍କର ରଇତ, ଆଜି ଚୋରା ଚାଲାଣ ହେଉଥିବା ବାଲି ଓ ପଥର ଭର୍ତି ଟ୍ରାକ୍ଟର ଙ୍କ ଉପରେ ଚଢ଼ାଉ କରି ନବରଙ୍ଗପୁର ଥାନାରେ ଅଟକ ରଖିଛନ୍ତି l ନବରଙ୍ଗପୁର ବ୍ଲକ ଚଟାହାଣ୍ଡି ପଂଚାୟତ ଅନ୍ତର୍ଗତ ଜାମୁଗୁଡା ଗ୍ରାମ ନିକଟରେ ପ୍ରବାହିତ ସିଉନି ନଦୀରୁ ବିନା ଅନୁମତିରେ ପାଞ୍ଚ ଟି ଟ୍ରାକ୍ଟର ବାଲି ଭର୍ତି କରି ନବରଙ୍ଗପୁର ଆସୁଥିବା ବେଳେ ଅଗ୍ନିପୁର ପଂଚାୟତ ର ବେହେରାଗୁଡା ନିକଟରେ ଉପ ଜିଲ୍ଲାପାଳ ଚଢ଼ାଉ କରିଥିଲେ l ଏହି ଚଢ଼ାଉ ସମୟରେ ସେହି ଦିଗ କୁ ଆସୁଥିବା ଅନ୍ୟ ଦୁଇଟି ବେଆଇନ ପଥର ଭର୍ତ୍ତି ଟ୍ରାକ୍ଟର କୁ ମଧ୍ୟ ଚଢ଼ାଉ କରିଥିଲେ l ସାତଟି ଟ୍ରାକ୍ଟର ମାଲିକ ମାନେ କାଗଜପତ୍ର ଦେଖିବାରେ ବିଫଳ ହେବାରୁ ସମସ୍ତ ଟ୍ରାକ୍ଟର କୁ ନବରଙ୍ଗପୁର ଥାନାକୁ ଅଣା ଯାଇ ଅଟକ ରଖାଯାଇଛି l ପ୍ରକାଶଯୋଗ୍ୟ ଯେ - ନବରଙ୍ଗପୁର ଜିଲ୍ଲାରେ ବିଶେଷ କରି କୋଶାଗୁମୁଡା, ପାପଡାହାଣ୍ଡି, ଡାବୁଗାଁ, ନନ୍ଦାହାଣ୍ଡି, ତେନ୍ତୁଳୀଖୁଣ୍ଟି ଓ ନବରଙ୍ଗପୁର ବ୍ଲକରେ ଅନେକ ଥର ବାଲି ଚୋରା ଚାଲାଣ ହୋଇ ଅନ୍ୟ ରାଜ୍ୟ କୁ ଯାଉଥିବା ଅଭିଯୋଗ ହୋଇ ଆସୁଥିଲା l କିନ୍ତୁ, ପ୍ରଶାସନର ନୀରବତା ଯୋଗୁଁ ବାଲି ଓ ପଥର ମାଫିଆ ମାନେ ସକ୍ରିୟ ହୋଇ ନବରଙ୍ଗପୁର ଠାରୁ ଉଠାଇ ଅନ୍ୟ ରାଜ୍ୟ ଯଥା ଆନ୍ଧ୍ରା ଓ ଛତିଶଗଡ କୁ ଚାଲାଣ କରୁଥିବା ଦେଖା ଦେଉଥିଲା l ବେଆଇନ ଚୋରା ଚାଲାଣ ଉପରେ ଉପ ଜିଲ୍ଲାପାଳ ଙ୍କ ଆଜିର ଚଢ଼ାଉ ଯୋଗୁଁ ମାଫିଆ ମାନଙ୍କ ହୋସ ଉଡିଯାଇଥିବା ଜଣାପଡିଛି ବେଳେ ଟିପର ମାଧ୍ୟମ ରେ ଅନ୍ୟ ରାଜ୍ୟ କୁ ଯାଉଥିବା ବାଲି କୁ ମଧ୍ୟ ଚଢ଼ାଉ କରିବାକୁ ସାଧାରଣ ରେ ଦାବି ହେଉଛି lBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.