ନବରଙ୍ଗପୁର: କୋରୋନା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । ଦେଢମାସ ଧରି ଦେଶରେ ଦୋକାନ ବଜାର ବନ୍ଦ ଥିବା ବେଳେ ଏବେ ଗ୍ରୀନ ଜୋନରେ ଅନେକ କ୍ଷେତ୍ରରେ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର । ସମସ୍ତ ସେଲୁନ, ବିୟୁଟି ପାର୍ଲର ଓ ସ୍ପା ଖୋଲିବା ନେଇ ନବରଙ୍ଗପୁର ଜିଲ୍ଲାପାଳ ଡ଼. ଅଜିତ କୁମାର ମିଶ୍ର ନିର୍ଦ୍ଦେଶ ଦେବା ପରେ ସାଧାରଣ ଜନତା ଆଶ୍ବସ୍ତି ଲାଭ କରିଛନ୍ତି l ଏହି ସମସ୍ତ ଦୋକାନ ଖୋଲିବା ପରେ ଆଜି ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l
ପ୍ରାୟ ଦେଢ଼ ମାସ ଧରି ଏହି ସମସ୍ତେ ଦୋକାନ ବନ୍ଦ ହେବା ଯୋଗୁଁ ଦୋକାନ ମାଲିକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଉମରକୋଟ ସହରର ସମସ୍ତ ସେଲୁନ, ବିୟୁଟି ପାର୍ଲର ଓ ସ୍ପା ଖୋଲିବା ପରେ ଦୋକାନ ମାଲିକ ମାନେ ସାମାନ୍ୟ ଆଶ୍ବସ୍ତି ଲାଭ କରିଛନ୍ତି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ