ETV Bharat / state

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନିୟମିତତା ଅଭିଯୋଗ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୋବାଗୁଡା ଗ୍ରାମର ଚଚା ପଞ୍ଚାୟତରେ କିଛି ଯନ୍ତ୍ରୀ ଏବଂ କଣ୍ଟ୍ରାକ୍ଟର ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଜନସାଧାରଣଙ୍କ କାମରେ ଲାଗୁ ନଥିବା ଅଭିଯୋଗ ହୋଇଛି ।

author img

By

Published : Dec 10, 2019, 4:26 AM IST

nabarangapur
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନିୟମିତତା

ନବରଙ୍ଗପୁର: ଜନସାଧାରଣଙ୍କ ଗମନାଗମନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା । ମାତ୍ର କିଛି ଯନ୍ତ୍ରୀ ଏବଂ କଣ୍ଟ୍ରାକ୍ଟର ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହିସବୁ ଲୋକାଭିମୁଖୀ ଯୋଜନା ଜନସାଧାରଣଙ୍କ କାମରେ ଲାଗୁ ନଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୋବାଗୁଡା ଗ୍ରାମର ଚଚା ପଞ୍ଚାୟତର ଏକ ଉପାନ୍ତ ଅଞ୍ଚଳରୁ ଏହି ଅଭିଯୋଗ ଆସିଛି ।

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନିୟମିତତା

ଏହି ଗାଁରେ କିଛି ଲୋକ ଦୀର୍ଘଦିନ ଧରି ଭଲ ରାସ୍ତାଟିଏ ପାଇଁ ଦାବି କରିବା ପରେ ଶେଷରେ ପ୍ରଶାସନ ସେମାନଙ୍କ ଗୁହାରୀ ଶୁଣି ଏହି ଗାଁକୁ ୨୩୦୦ କିମି ଚଚା ଠାରୁ ଗୋବାଗୁଡା ପର୍ଯ୍ୟନ୍ତ ୮୧.୬୩ ଲକ୍ଷ ବ୍ୟୟ ଅଟକଳରେ ରାସ୍ତାକାମ ଆରମ୍ଭ କରାଯାଇଥିଲା । ଭବିଷ୍ୟତରେ ଭଲ ରାସ୍ତାଟିଏ ପାଇବା ଆଶା ବେଶ ଖୁସି ହୋଇଥିଲେ ଗ୍ରାମବାସୀ । ହେଲେ ଭଲ ରାସ୍ତା ବଦଳରେ କାମରେ ଅନିୟମିତତା ପ୍ରକାଶ କରିଛନ୍ତି ଗ୍ରାମବାସୀ । ତେବେ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନଥିବାରୁ ମନଇଚ୍ଛା କାମ କରୁଛନ୍ତି କଣ୍ଟ୍ରାକ୍ଟର ।

ରାସ୍ତାର କାମ ଏପରି ନିମ୍ନମାନର କରାଗଲେ ଦୁଇ ମାସ ମଧ୍ୟରେ ପିଚୁ ବାହାରି ପଡ଼ି ମେଟାଲ ଦେଖାଯିବ ବୋଲି ଗ୍ରାମବାସୀ ଆଶଙ୍କା କରୁଛନ୍ତି । ତେବେ ଏଭଳି ନିମ୍ନମାନର କାମ କଣ୍ଟ୍ରାକ୍ଟର ଏବଂ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ହେଉଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ନିମ୍ନମାନର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କୁ ଗ୍ରାମବାସୀ ଙ୍କ ବିରୋଧ
ତା-9/12/2019
ସ୍ଥାନ-ନବରଙ୍ଗପୁର
ରିପୋର୍ଟ-ତପନ ବିଶୋଇ
Anchor
ସରକାର ଗ୍ରାମାଞ୍ଚଳ ର ଜନସାଧାରଣ ଙ୍କ ଗମନାଗମନ ର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ କେତେକ ଯନ୍ତ୍ରୀ ଏବଂ କଣ୍ଟ୍ରାକ୍ଟର ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହିସବୁ ଲୋକାଭିମୁଖୀ ଯୋଜନା ଜନସାଧାରଣ ଙ୍କ ପାଖରେ ପହଞ୍ଚି ଥିଲେ ମଧ୍ୟ ପ୍ରକୃତରେ ଲୋକଙ୍କ କାମରେ ଲାଗୁନଥିବା ଅଭିଯୋଗ ହୋଇଛି ।
ଆସନ୍ତୁ ଦେଖିବା ଏମିତି ଏକ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ର ଅନିୟମିତତା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୋବାଗୁଡା ଗ୍ରାମରେ । ଗୋବାଗୁଡା ଗ୍ରାମ ଚଚା ପଞ୍ଚାୟତର ଏକ ଉପାନ୍ତ ଅଞ୍ଚଳ । ଏହି ଗାଁ ର ଲୋକ ଦୀର୍ଘ ଦିନ ଧରି ଭଲ ରାସ୍ତା ଟିଏ ନଥିବାରୁ ଗୋମନା ଗମନ ପାଇଁ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ଭଲ ରାସ୍ତା ଖଣ୍ଡେ ପାଇଁ ପ୍ରଶାସନ ରୁ ରାଜନେତା ପର୍ଯ୍ୟନ୍ତ ଗୁହାରୀ କରିଥିଲେ । ଦୀର୍ଘ ଦିନ ର ଗୁହାରି ପରେ ଶେଷରେ ଏହି ଗାଁ ୨.୩୦୦କିମି ଚଚା ଠାରୁ ଗୋବାଗୁଡା ପର୍ଯ୍ୟନ୍ତ ୮୧.୬୩ଲକ୍ଷ ବ୍ୟୟ ମୁଲ୍ୟ ରେ ରାସ୍ତା କାମ ଆରମ୍ଭ ହୋଇଥିଲା । ଗାଁ ରେ ଦୀର୍ଘ ଦିନ ପରେ ଭଲ ରାସ୍ତା ଟିଏ ପାଇ ପାରିବୁ ବୋଲି ଖୁସି ହୋଇଥିଲେ ଗ୍ରାମବାସୀ ହେଲେ କାମ ର ଅନିୟମିତତା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।ବର୍ତ୍ତମାନ ରାସ୍ତା ର ମେଟାଲ କାମ ସରି ଚିପିସ କାମ ଆରମ୍ଭ ହେଲାଣି । ହେଲେ ଯନ୍ତ୍ରୀ କାମ ଆରମ୍ଭ ଦିନଟୁ କେବଳ ଦୁଇ ଦିନ ତଦାରଖ ପାଇଁ ଯାଇଥିବା ବେଳେ ଏହାର ସୁଯୋଗ ନେଇ କଣ୍ଟ୍ରାକ୍ଟର ରାସ୍ତା ର କାମ ନିମ୍ନ ମାନର ଅତି ନିମ୍ନମାନ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ବର୍ତ୍ତମାନ ରାସ୍ତାରେ ଚିପିସ କାମ ଆରମ୍ଭ ହୋଇଛି ହେଲେ ରାସ୍ତା ରେ ଯେତେ ପରିମାଣରେ ଚିପିସ ,ପିଚୁ ପଡିବା କଥା ସେହି ପରିମାଣରେ ଚିପିସ, ପିଚୁ ପଡ଼ୁ ନାହିଁ କି କୌଣସି ବିଭଗୀୟ ଅଧିକାରୀ ଉପସ୍ଥିତ ରାହୁନାହାନ୍ତି । ବିଭଗୀୟ ଅନୁପସ୍ଥିତି ଯୋଗୁଁ ମନଇଚ୍ଛା କାମ କରାଉଛନ୍ତି କଣ୍ଟ୍ରାକ୍ଟର ।ଗ୍ରାମବାସୀ ଅଭିଯୋଗ କଲେ ଦିନରେ କାମ ନକାରାଇ ରାତିରେ କାମ କରାଉଛନ୍ତି କଣ୍ଟ୍ରାକ୍ଟର । ସେହିପରି ପିଚୁ ଉପରେ ରୋଲରଗାଡ଼ି ମଧ୍ୟ ଭଲ କି ଚଲାଉ ନଥିବା ଯୋଗୁଁ ରାସ୍ତା ସମତୁଲ ନହୋଇ ଖାଲ ଡିପ ହେଉଥିବା ର କହିଛନ୍ତି ଗ୍ରାମବାସୀ । ରାସ୍ତା ର କାମ ଏପରି ନିମ୍ନ ମାନର କଲେ ରାସ୍ତା ଦୁଇ ମାସ ମଧ୍ୟରେ ପିଚୁ ବାହାରି ପଡ଼ି ମେଟାଲ ଦେଖାଯିବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକଟ କରୁଛନ୍ତି । ତେବେ ଏହି କାମ କଣ୍ଟ୍ରାକ୍ଟର ଏବଂ ଯନ୍ତ୍ରି ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହିପରି ନିମ୍ନ ମାନର କାମ ହେଉଥିବା କହିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି ।Body:Tapan kumar bissoyiConclusion:Nabarangpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.