ETV Bharat / state

ଟ୍ରାକ୍ଟର ମାଡିଯାଇ ଯୁବକଙ୍କ ମୃତ୍ୟୁ

ଟ୍ରାକ୍ଟର ମାଡିଯାଇ ଯୁବକଙ୍କ ମୃତ୍ୟୁ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ....

author img

By

Published : Sep 6, 2020, 7:16 AM IST

road accident in nabrangpur
ଟ୍ରାକ୍ଟର ମାଡିଯାଇ ଯୁବକଙ୍କ ମୃତ୍ୟୁ

ନବରଙ୍ଗପୁର : ଟ୍ରାକ୍ଟର ମାଡିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣକ ଉମରଗାଁର ବିଦ୍ୟା ଗଣ୍ଡା ବୋଲି ଜଣାପଡିଛି । ନବରଙ୍ଗପୁର ଉମରଗାଁରେ ଏହି ଦୁର୍ଘଟଣା ଘଟିଛି ।

ଟ୍ରାକ୍ଟର ମାଡିଯାଇ ଯୁବକଙ୍କ ମୃତ୍ୟୁ

ସୂଚନା ଅନୁସାରେ,ଇଟା ବୋଝେଇ ଟ୍ରାକ୍ଟର ରାସ୍ତା ଉପରକୁ ଉଠାଉଥିଲେ । ହେଲେ ଟ୍ରାକ୍ଟର ନ ଉଠିବାରୁ ବିଦ୍ୟା ସହ ଅନ୍ୟ ଶ୍ରମିକମାନେ ଟ୍ରାକ୍ଟର ଇଞ୍ଜିନ ଉପରେ ଭାର ହୋଇ ଠିଆ ହୋଇଥିଲେ । ହଠାତ ଟ୍ରାକ୍ଟର ଗଡିବା ପରେ ବିଦ୍ୟା ତଳେ ଛିଟିକି ପଡିଥିଲେ । ପରେ କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଯୁବକଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.