ETV Bharat / state

ଘାଟିରେ ଟ୍ରକ ଓଲଟି ଜଳିଗଲା ଇଞ୍ଜିନ, ଡ୍ରାଇଭର ହେଲପର ମୃତ

author img

By

Published : Jun 16, 2020, 1:15 PM IST

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଲୁହା ପାଇପ୍ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଟ୍ରକର ଇଞ୍ଜିନ ଓ ଡାଲା ଅଲଗା ହୋଇ ଜଳିଯାଇଛି ।

raod accident
ଘାଟିରେ ଟ୍ରକ ଓଲଟି ଜଳିଗଲା ଇଞ୍ଜିନ

ନବରଙ୍ଗପୁର: ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଲା ଲୁହା ପାଇପ ବୋଝେଇ ଟ୍ରକ ।ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଲୁହା ପାଇପ୍ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଟ୍ରକର ଇଞ୍ଜିନ ଓ ଡାଲା ଅଲଗା ହୋଇ ଜଳି ଯାଇଛି । ଫଳରେ ଘଟଣାସ୍ଥଳରେ ହିଁ ଡ୍ରାଇଭର ଓ ହେଲପରର ମୃତ୍ୟୁ ଘଟିଛି । ଟ୍ରକଟି ଲୁହା ପାଇପ ନେଇ ଚାନ୍ଦାହାଣ୍ଡି ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି।

ଘାଟିରେ ଟ୍ରକ ଓଲଟି ଜଳିଗଲା ଇଞ୍ଜିନ

ଘଟଣାସ୍ଥଳରେ ଝରିଗାଁ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ବିଳମ୍ବିତ ରାତିରେ ଉଦ୍ଧାର କରିଥିଲେ । ଦୀର୍ଘ 7 ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଦୁଇଟି ମୃତଦେହ ମିଳିଛି । ଗୋଟିଏ ଶବ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଛି । ଅନ୍ୟଟି ପାଇପ ତଳେ ଚାପି ହୋଇ ରହିଥିବାବେଳେ ଉଦ୍ଧାର କରାଯାଇଛି।

raod accident
ଉଦ୍ଧାର କାର୍ଯ୍ୟରେ ଅଗ୍ନୀଶମ

ତେବେ ମିଳିଥିବା ମୃତଦେହ ଡ୍ରାଇଭର ଓ ହେଲପରର ବୋଲି ଜଣାପଡି ଥିଲେ ବି ସେମାନଙ୍କ ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ଝରିଗାଁ ଆଇଆଇସି ଓ ତହସିଲଦାର ଉପସ୍ଥିତ ରହିଛନ୍ତି । ଦୁର୍ଘଟଣାଟି ଘାଟି ଓ ଜଙ୍ଗଲିଆ ସ୍ଥାନରେ ହୋଇଥିବା ଯୋଗୁଁ ଅନ୍ଧାର ରାତିରେ ବର୍ଷା ହେଉ ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.