ନବରଙ୍ଗପୁର: ବୋରିଗୁମ୍ମା ବ୍ଲକ ଜାତୀୟ ରାଜପଥ 26 ମଝିଆ ଛକ ନିକଟରେ ସଡକ ଦୁର୍ଘଟଣା । ବସ୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ 4 ମୃତ, ଅନେକ ଗୁରୁତର ଆହତ । ଆହତମାନଙ୍କୁ ବୋରିଗୁମ୍ମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ବସଟି ଉମରକୋଟରୁ ପାରଳାଖେମୁଣ୍ଡି ଯାଉଥିଲା । ତେବେ ଅଟୋ ସହ ମୁହାଁମୁହିଁ ଧକ୍କା ହେବା ଫଳରେ 4 ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଗୁରୁତର ଆହତ ହୋଇଛନ୍ତି । ଖବର ପାଇବା ପରେ ଦମକଳ ବିଭାଗ ପହଞ୍ଚି ଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ