ନବରଙ୍ଗପୁର: ଜିଲ୍ଲା ଉମରକୋଟ ପୌର ପରିଷଦର ୮ ନମ୍ବର ୱାର୍ଡର ୧୪ ନମ୍ବର ବୁଥରେ ଅଧ୍ୟକ୍ଷା ପଦବୀ ପାଇଁ ଚାଲିଛି ସାନି ମତଦାନ । ଗୁରୁବାର(ଗତକାଲି) ଉଦ୍ଧିଷ୍ଟ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଇଭିଏମ୍ ମେସିନରେ ଉମରକୋଟ ପୌର ପରିଷଦର ପ୍ରାର୍ଥୀଙ୍କ ସ୍ଥାନରେ ନବରଙ୍ଗପୁର ପୌର ପରିଷଦର ପ୍ରାର୍ଥୀଙ୍କ ନାମ ରହିଥିଲା।
ଏହାବି ପଢନ୍ତୁ : REPOLLING: କଡା ସୁରକ୍ଷା ମଧ୍ୟରେ ଭଦ୍ରକ ୨୪ ନଂ ୱାର୍ଡରେ ମତଦାନ ଜାରି
ଏହା ପରେ ଏଠାରେ ମତଦାନ ସ୍ଥଗିତ ରହିଥିଲା । ଫଳରେ ଆଜି(ଶୁକ୍ରବାର) ଏଠାରେ ରାଜ୍ୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ କ୍ରମେ ଅଧ୍ୟକ୍ଷା ପଦବୀ ପାଇଁ ସାନି ମତଦାନ ଅନୁଷ୍ଠିତ ହେଉଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ସାମନା କରିବା ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ