ETV Bharat / state

ଏଠି ଖାଦ୍ୟ ପାଇଁ ପ୍ରଥମ ପସନ୍ଦ ‘ସାପ ତରକାରୀ’ - ନବରଙ୍ଗପୁରରେ ସାପ ତରକାରୀ

ସାପ ପ୍ରତି ମଣିଷର ରହିଛି ଢେର ଭୟ । ଦେଖିବା ତ ଦୂରର କଥା ଖାଲି ନାଁ ଶୁଣିଲା ମାନେ ମନରେ ପଶିଯାଏ ଛନକା । ଏମିତିରେ ସାପ ପରି ବିଷାକ୍ତ ଜନ୍ତୁକୁ ନିଜର ପ୍ରିୟ ଖାଦ୍ୟ ବୋଲି କୁହନ୍ତି ଭୂମିଆ ସମ୍ପ୍ରଦାୟର ଲୋକେ । ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ରଙ୍ଗମାଟି ଗୁଡା ଗାଁରେ ବସବାସ କରୁଥିବା ଏହି ସମ୍ପ୍ରଦାୟର ଲୋକଙ୍କ ପ୍ରମୁଖ ଖାଦ୍ୟ ମଧ୍ୟରେ ସ୍ଥାନ ପାଇଛି ସାପ ଓ ବେଙ୍ଗ । ଅଧିକ ପଢନ୍ତୁ...

snake curry, snake and frog curry, nabarangpur latest news, snake curry in nabarangpur, bhumia's favorite snake curry, ସାପ ତରକାରୀ, ସାପ ଓ ବେଙ୍ଗ ଖାଦ୍ୟ, ନବରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, ନବରଙ୍ଗପୁରରେ ସାପ ତରକାରୀ, ଭୂମିଆ ସମ୍ପ୍ରଦାୟଙ୍କ ପ୍ରିୟ ସାପ ତରକାରୀ
ଏଠି ଖାଦ୍ୟ ପାଇଁ ପ୍ରଥମ ପସନ୍ଦ ‘ସାପ ତରକାରୀ’
author img

By

Published : Aug 17, 2020, 1:42 PM IST

ନବରଙ୍ଗପୁର: ସାପକୁ କାହାର ବା ଡର ନାହିଁ । ସମସ୍ତଙ୍କ ମନରେ ଏହି ବିଷାକ୍ତ ସରୀସୃପକୁ ନେଇ ଢେର ଭୟ । ଯେକୌଣସି ସାପକୁ ଦେଖିଲେ ମନରେ ପଶିଯାଏ ଛନକା । ହେଲେ ରାଜ୍ୟରେ ରହିଛି ଏପରି ଏକ ଗ୍ରାମ, ଯେଉଁଠିକାର ଅଧିବାସୀଙ୍କୁ ନାହିଁ ସାପ ପ୍ରତି କୌଣସି ଭୟ । ବରଂ ସାପରୁ ଏମାନେ ସୁସ୍ବାଦୁ ତରକାରୀ ପ୍ରସ୍ତୁତ କରି ଉଠାଇଥାଆନ୍ତି ଏହାର ଢେର ମଜା । ଏ ହେଉଛି ନବରଙ୍ଗପୁର ଜିଲ୍ଲା ରଙ୍ଗମାଟିଗୁଡା ଗାଁର ଦୃଶ୍ୟ । ଯେଉଁଠି ବସବାସ କରୁଥିବା ଭୂମିଆ ସମ୍ପ୍ରଦାୟ ପାଇଁ ପ୍ରିୟ ଖାଦ୍ୟ ହେଉଛି ସାପ ଓ ବେଙ୍ଗ । ଢମଣା, ଡଣ୍ଡିଆ ଭଳି ସାପ ଓ ଓଁଆ ପରି ବେଙ୍ଗ ଆଦି ଏମାନଙ୍କ ପସନ୍ଦର ଖାଦ୍ୟ ମଧ୍ୟରେ ଅନ୍ୟତମ ।

ଏଠି ଖାଦ୍ୟ ପାଇଁ ପ୍ରଥମ ପସନ୍ଦ ‘ସାପ ତରକାରୀ’

ଏହି ସମ୍ପ୍ରଦାୟର ଅଧିବାସୀଙ୍କ କହିବା କଥା କି ଶରୀରର ଅନେକ ରୋଗ ବ୍ୟାଧି ଦୂର କରିବାରେ ସକ୍ଷମ ସାପ ମାଂସ । ଏହି ମାଂସରେ ଥିବା ଔଷଧୀୟ ଗୁଣ ଯୋଗୁଁ ପେଟ ବ୍ୟଥା ଓ ଅନ୍ୟ ସମସ୍ୟା ଦୂର ହୋଇଥାଏ । ସମାନ ସମ୍ପ୍ରଦାୟରେ ହେଲେ ସୁଦ୍ଧା ଅନେକେ ଏହାକୁ ପସନ୍ଦ କରନ୍ତି ନାହିଁ । ଆଉ ଯେଉଁମାନେ ଏହି ସୁସ୍ବାଦୁ ଖାଦ୍ୟର ମଜା ଉଠାଇଛନ୍ତି ସେମାନେ ହଇଯାଇଛନ୍ତି ଏହି ଖାଦ୍ୟର ବଡ ପ୍ରଶଂସକ । କିଛି ଅଧିବାସୀ ମାଂସର ବିକଳ୍ପ ଭାବେ ସାପ ଓ ବେଙ୍ଗ ମାଂସ ଖାଉଥିବା ବେଳେ କିଛି ଅଧିବାସୀ ଏହାର ଔଷଧୀୟ ଗୁଣ ପାଇଁ ଏହାକୁ ଭକ୍ଷଣ କରିଥାଆନ୍ତି । ଏହା ସାଧାରଣ ଲୋକଙ୍କୁ ଶୁଣିବାକୁ ଅଡୁଆ ଲାଗୁଥିବା ସତ୍ତ୍ବେ ଭୂମିଆଙ୍କ ପାଇଁ ଏହା ଏକ ପ୍ରିୟ ଖାଦ୍ୟ ।

ତେବେ ଭୂମିଆଙ୍କ ସାପ ଓ ବେଙ୍ଗ ପ୍ରତି ଏହି ଚାହିଦା କିଛି ନୂଆ ନୁହେଁ । ଭୂମିଆଙ୍କ ବିଶ୍ବାସ କି ସେମାନଙ୍କ ଆଦିମ ଜନଜାତି ମଧ୍ୟ ଏହିପରି ଖାଦ୍ୟ ପସନ୍ଦ କରୁଥିଲେ । ପୂର୍ବରୁ ଏହି ଖାଦ୍ୟର ଚାହିଦା ବରଂ ବର୍ତ୍ତମାନ କମିଯାଇଥିବା ସେମାନେ ପ୍ରକାଶ କରିଛନ୍ତି । ସେପଟେ ଚିକିତ୍ସା ବିଜ୍ଞାନ ଏହାକୁ ଗ୍ରହଣ କରୁ କି ନ କରୁ ହେଲେ ଏହି ସାପ ଓ ବେଙ୍ଗ ତରକାରୀ ପ୍ରତି ଭୂମିଆଙ୍କ ଚାହିଦା କେବେ କମ ହେବ ନାହିଁ ବୋଲି କୁହନ୍ତି ଗ୍ରାମବାସୀ ।

ସାଧାରଣ ସାପକୁ ଦେଖିଲେ ଲୋକେ ଭୟ କରୁଥିବା ବେଳେ ଏହାକୁ ରାନ୍ଧି ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ରଙ୍ଗମାଟି ଗୁଡା ଗ୍ରାମବାସୀ । ତେଣେ ଏହାର ଔଷଧୀୟ ଗୁଣ ଶରୀର ପାଇଁ ହିତକାରୀ ବୋଲି ଭୂମିଆ ସମ୍ପ୍ରଦାୟର ଲୋକେ ଦାବି କରୁଥିବା ବେଳେ ଏହାର ସପକ୍ଷରେ କିମ୍ବା ବିପକ୍ଷରେ ମିଳିପାରି ନାହିଁ କୌଣସି ପ୍ରମାଣ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.