ETV Bharat / state

ନବରଙ୍ଗପୁରରେ ପୁଣି ଶୁଭିଲା ଶଙ୍ଖ, ପ୍ରତିକ୍ରିୟା ଦେଲେ ରମେଶ ମାଝୀ - lok sabha seat

ନବରଙ୍ଗପୁର ଆସନରୁ ପୁଣି ବିଜେଡି। ଲୋକସଭା ସଂସଦୀୟ କ୍ଷେତ୍ରରୁ ରମେଶ ମାଝୀ ବିଜୟ ହୋଇଛନ୍ତି । ସେପଟେ ନିଜ ସଫଳତା ପରେ ପ୍ରତିଶୃତି ଦେଇଥିବା କଥା ପୂରଣ କରିବେ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : May 24, 2019, 9:59 AM IST

ନବରଙ୍ଗପୁର: କଂଗ୍ରେସ ଗଡରେ ପୁଣି ଶୁଭିଲା ଶଙ୍ଖ । ଗତବର୍ଷ ବିଜୟ ପରେ ପୁଣି ଥରେ ଏହି ଗଡକୁ ଅକ୍ତିଆର କଲା ବିଜେଡି । ନବରଙ୍ଗପୁର ଲୋକସଭା ସଂସଦୀୟ କ୍ଷେତ୍ରରୁ ରମେଶ ମାଝୀ ବହୁମତରେ ବିଜୟ ଲାଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଏହି ଆସନରୁ କଂଗ୍ରେସର ପ୍ରଦୀପ କୁମାର ମାଝୀ ଓ ବିଜେପିରୁ ବଳଭଦ୍ର ମାଝୀ ଲଢେଇ କରୁଥିବା ବେଳେ ବିଜେଡିର ରମେଶ ମାଝୀ ବିଜୟ ମୁକୁଟ ପିନ୍ଧିଛନ୍ତି । ନିଜ ବିଜୟକୁ ନେଇ ଭୋଟରଙ୍କୁ ଶ୍ରେୟ ଦେଇଥିବା ବେଳେ ଦେଇଥିବା ପ୍ରତିଶୃତିକୁ ପାଳନ କରିବେ ବୋଲି ମାଝୀ କହିଛନ୍ତି। ଏଥିସହ ବିଜେଡି ସୁପ୍ରିମୋଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

ଗତବର୍ଷ ବଳଭଦ୍ର ମାଝୀ ଏହି ଆସନରୁ ବିଜେଡିରୁ ଲଢି ବିଜୟୀ ହୋଇଥିବା ବେଳେ ଶେଷ ପର୍ଯ୍ୟାୟରେ ସେ ବିଜେପିରେ ସାମିଲ ହୋଇଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.