ନବରଙ୍ଗପୁର: ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ବୁଧବାର ଦେଶବ୍ୟାପୀ ଭାରତ ବନ୍ଦ ପାଳନ କରାଯାଉଛି । ଯାହାର ପ୍ରଭାବ ନବରଙ୍ଗପୁରରେ ଦେଖିବାକୁ ମିଳିଛି । ଫଳରେ ଗାଡିଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଆସାମରେ ଏନଆରସି ପାଇଁ 14 ଲକ୍ଷରୁ ଊର୍ଦ୍ଧ୍ବ ଏସସି, ଏସଟି ଓ ଓବିସି ଲୋକଙ୍କ ସହ 5ଲକ୍ଷରୁ ଊର୍ଦ୍ଧ୍ବ ମୁସଲମାନ ବାସହରା ହୋଇ ସାମ୍ବିଧାନିକ ଅଧିକାର ହରାଇଛନ୍ତି । ଏବଂ କେନ୍ଦ୍ର ସରକାର ହିଟଲର ଶାସନ, ଲାଠ ଚାର୍ଜ ସହ ଗୁଳି ଚଳାଇ ଅରାଜକତା ସୃଷ୍ଟି କରି ଭାଇଚାର ନଷ୍ଟ କରୁଥିବାର ଅଭିଯୋଗ କରିବା ସହ ସିଏଏ, ଏନଆରସି ଓ ଏନଆରପିକୁ ଦୃଢ ନିନ୍ଦା କରିଛି ବହୁଜନ କ୍ରାନ୍ତି ମୋର୍ଚ୍ଚା । ଫଳରେ ଯାହାକୁ ବିରୋଧ କରି ନବରଙ୍ଗପୁରରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ନାରା ଦେଇ ଦୋକାନ ବଜାର ବନ୍ଦ କରି 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ