ନବରଙ୍ଗପୁର: ଜିଲ୍ଲା ଉପକାରାଗାରର ଜଣେ ବିଚରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ହୋଇଛି।
ସୂଚନାଅନୁସାରେ, ମୃତ କଏଦୀ ଜଣକ ହେଲେ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଦଶାପାଇ ଗୁଡ଼ା ଗାଁ ର ରାମଧର ଭତରା। ଜେଲରେ ଥିବା ସମୟରେ ସେ ଖାଇବା ପିଇବାରେ ଅବହେଳା ହେତୁ ଶାରୀରିକ ଭାବେ ଅସୁସ୍ଥ ହୋଇ ପଡିଥିଲେ। ତେଣୁ ତାଙ୍କୁ ଗତକାଲି ରାତିରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
କଏଦୀ ଜଣକ ଜାନୁଆରୀ 22ତାରିଖରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ନବରଙ୍ଗପୁର ଉପ କାରାଗାରରେ ବିଚାରଧୀନ କଏଦୀ ଭାବରେ ଜେଲକୁ ଯାଇଥିଲେ। ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରିବା ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ବୋଲି ଜଣାପଡିଛି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ