ETV Bharat / state

୧୦ରୁ ଆରମ୍ଭ ଲୋକ ମହୋତ୍ସବ ମଣ୍ଡେଇ, ପ୍ରସ୍ତୁତି ଆରମ୍ଭ କଲା ଜିଲ୍ଲା ପ୍ରଶାସନ - ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେଇ

୧୦ରୁ ଆରମ୍ଭ ଲୋକ ମହୋତ୍ସବ ମଣ୍ଡେଇ । ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେଇ 2022 ଆସନ୍ତା 10 ତାରିଖରୁ ଆରମ୍ଭ ହେବ । ଏହି ମଣ୍ଡେଇ ମହୋତ୍ସବ ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ଆୟୋଜିତ ହେବ । ଅଧିକ ପଢ଼ନ୍ତୁ

୧୦ରୁ ଆରମ୍ଭ ଲୋକ ମହୋତ୍ସବ ମଣ୍ଡେଇ, ପ୍ରସ୍ତୁତି ଆରମ୍ଭ କଲା ଜିଲ୍ଲାପ୍ରଶାସନ

author img

By

Published : Dec 6, 2022, 11:05 PM IST

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେଇ 2022 ଆସନ୍ତା 10 ତାରିଖରୁ ଆରମ୍ଭ ହେବ । ଏହି ମଣ୍ଡେଇ ନାଟକ ମହୋତ୍ସବ ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ହେବ । ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡଃ କମଳଲୋଚନ ମିଶ୍ର ଏ ସମ୍ପର୍କରେ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ସୂଚନା ପ୍ରଦାନ କରିଛନ୍ତି । ଚଳିତ ମାସ 10, 11 ଓ 12 ତାରିଖରେ ମଣ୍ଡେଇ ଲୋକ ମହୋତ୍ସବ ଅନୁଷ୍ଠିତ ହେବ । ସେହିପରି 10ରୁ 15 ତାରିଖ ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ ।

୧୦ରୁ ଆରମ୍ଭ ଲୋକ ମହୋତ୍ସବ ମଣ୍ଡେଇ, ପ୍ରସ୍ତୁତି ଆରମ୍ଭ କଲା ଜିଲ୍ଲାପ୍ରଶାସନ

ଚଳିତ ବର୍ଷ ପଲ୍ଲୀଶ୍ରୀ ମେଳାରେ 350ଟି ଷ୍ଟଲ କରାଯାଇଛି । ସେପଟେ ଉଠା ଦୋକାନୀଙ୍କ ପାଇଁ ବିନା ଶୁଳ୍କରେ 160ଟି ଷ୍ଟଲର ବ୍ୟବସ୍ଥା କରାଯାଇଛି । ମଣ୍ଡେଇ ପଡିଆ ଭିତରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ସ୍ଵଚ୍ଛତା ରକ୍ଷା ସକାଶେ 10 ଟି ଶୌଚାଳୟ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ସକାଶେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୫ଜଣ ସ୍ଵତନ୍ତ୍ର ପୋଲିସ ଅଧିକାରୀ ସହ ୧୫ ପ୍ଳାଟୁନ ସୁରକ୍ଷା କର୍ମୀ, ୨୪ ଗୋଟି CCTV ରେ ସଂପୂର୍ଣ୍ଣ ପଡ଼ିଆକୁ ନଜରରେ ରଖାଯିବ ।

ୱାଚ ଟାୱାର ଜରିଆରେ ସୁରକ୍ଷା ବ୍ୟବସ୍ଥାକୁ ନଜର ରଖାଯିବ । ଟ୍ରାଫିକ ସମସ୍ୟା ଏଡ଼ାଇବା ସକାଶେ ଏହି ଦିନ ମାନଙ୍କରେ ସହର ମଧ୍ୟକୁ ଅପରାହ୍ନ ୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଭାରିଯାନ ପ୍ରବେଶ ଉପରେ କଟକଣା କରାଯିବ । କିଛି ରାସ୍ତାର ରୁଟରେ ପରିବର୍ତ୍ତନ କରାଯାଇଛି । ଏଥିସହ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ଉପରେ ଏହାର ଗୁରୁତ୍ବାରୋପ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ମଣ୍ଡେଇ ଉତ୍ସବ କିଭଳି ଅଧିକ ଆକର୍ଷଣୀୟ ହେବ ସେଥିପାଇଁ ଅଧିକ ଧ୍ୟାନ ଦିଆଯାଇଛି । ଏହାସହ ପଲ୍ଲୀଶ୍ରୀ ମେଳା ଜରିଆରେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଉତ୍ପାଦନ ବିକ୍ରି ଉପରେ ପ୍ରାଧାନ୍ୟ ଦିଆଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.