ETV Bharat / state

କୋରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ଗର୍ଭବତୀ ଷ୍ଟାଫନର୍ସ - battle of Corona

ନବରଙ୍ଗପୁର ସହରର ୭ ମାସର ଗର୍ଭବତୀ ଷ୍ଟାଫ୍‌ ନର୍ସ ମିନାକ୍ଷୀ ସୁନା ଛୁଟି ନନେଇ କରୁଛନ୍ତି ରୋଗୀଙ୍କ ସେବା । ଦେଶ ଯେଉଁ ମାରାତ୍ମକ କୋରୋନା ସହ ଯୁଦ୍ଧ କରୁଛି ସେଥିରେ ଯୋଦ୍ଧା ସାଜିଛନ୍ତି ଏହି ସ୍ବାସ୍ଥ୍ୟକର୍ମୀ । ଅଧିକ ପଢନ୍ତୁ...

କୋରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ଗର୍ଭବତୀ ଷ୍ଟାଫନର୍ସ

author img

By

Published : May 21, 2020, 2:58 PM IST

ନବରଙ୍ଗପୁର: କୋରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ । ମହାମାରୀର ମୁକାବିଲା ପାଇଁ ସମସ୍ତେ ନିଷ୍ଠାର ସହ ତୁଲାଉଛନ୍ତି ନିଜର କର୍ତ୍ତବ୍ୟ । ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଜଣେ ଗର୍ଭବତୀ ଷ୍ଟାଫ ନର୍ସ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କୁ ରୋଗୀଙ୍କୁ ଯୋଗାଇ ଦେଉଛନ୍ତି ସ୍ବାସ୍ଥ୍ୟସେବା ।

କୋରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ଗର୍ଭବତୀ ଷ୍ଟାଫନର୍ସ

ନବରଙ୍ଗପୁର ସହରର ୭ ମାସର ଗର୍ଭବତୀ ଷ୍ଟାଫ୍‌ ନର୍ସ ମିନାକ୍ଷୀ ସୁନା ଛୁଟି ନନେଇ କରୁଛନ୍ତି ରୋଗୀଙ୍କ ସେବା । ଦେଶ ଯେଉଁ ମାରାତ୍ମକ କୋରୋନା ସହ ଯୁଦ୍ଧ କରୁଛି ସେଥିରେ ଯୋଦ୍ଧା ସାଜିଛନ୍ତି ଏହି ସ୍ବାସ୍ଥ୍ୟକର୍ମୀ । ନିଜ ଜୀବନକୁ ବିପଦରେ ପକାଇବା ସହ ପରିବାର କଥା ଭୁଲିଯାଇ ଦିନରାତି ଏକ କରି ରୋଗୀଙ୍କ ସେବାରେ ଲାଗିଛନ୍ତି ସେ ।

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାମ କରନ୍ତି ମିନାକ୍ଷୀ । ସେ ଏବେ ୭ ମାସର ଗର୍ଭବତୀ, କିନ୍ତୁ ଏହି ଅବସ୍ଥାରେ ସେ ମେଡିକାଲ ଯାଇ ନିଜ ଡ୍ୟୁଟି କରୁଛନ୍ତି । କୋରୋନାକୁ ନଡରି ରୋଗୀଙ୍କ ସେବାରେ ଲାଗିଛନ୍ତି ସେ। ଯେଉଁ ସମୟରେ ସବୁଠୁ ଅଧିକ ବିଶ୍ରାମ ନେବା କଥା ସେହି ସମୟରେ ସେ କରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି । ମିନାକ୍ଷୀ କହିଛନ୍ତି ଯେ ସିନିୟରମାନେ ଛୁଟି ନେବାକୁ କହିଥିଲେ ମଧ୍ୟ ଏହି ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି । ଏହି ମହାମାରୀ ସମୟରେ ରୋଗୀଙ୍କୁ ସେବା ଯୋଗାଇ ଦେବା ହେଉଛି ମୋର କର୍ତ୍ତବ୍ୟ । ମୁଁ ଜଣେ ଷ୍ଟାଫ ନର୍ସ ହେଇଥିବାରୁ ନିଜକୁ ଗର୍ବ ଅନୁଭବ କରେ ।

ଷ୍ଟାଫ ନର୍ସଙ୍କୁ ଅନ୍ୟମାନଙ୍କ ତୁଳନାରେ ଦରମା କମ ମିଳୁଥିବା ସତ୍ତ୍ବେ ସେବା ହିଁ ନିଜର ଧର୍ମ ଭାବି ନିଜ ଦାୟିତ୍ବ ତୁଲାଇ ଚାଲିଛନ୍ତି ମିନାକ୍ଷୀ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.