ETV Bharat / state

Panchayat Poll: ପଞ୍ଚାୟତ ପଙ୍ଗା ପାଇଁ ପ୍ରଧାନୀ ପରିବାରରେ ଫାଟ - ନବରଙ୍ଗପୁର ପ୍ରଧାନୀ ପରିବାର ଖବର

ଦିନେ ନଅ ଥର ସାଂସଦ ଓ ଥରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଥିବା ନବରଙ୍ଗପୁର ଜିଲ୍ଲା ପାତ୍ରପୁଟରେ ପ୍ରଧାନୀ ପରିବାର ମଧ୍ୟରେ ରାଜନୈତିକ ଫାଟ । ଗୋଟିଏ ପଟେ ଖଗପତି ପ୍ରଧାନୀଙ୍କ ଉତ୍ତରାଧିକାରୀ ଓ ଅନ୍ୟପଟେ ଗୋପୀନାଥ ପ୍ରଧାନୀଙ୍କ ଉତ୍ତରାଧିକାରୀ । ଅଧିକ ପଢନ୍ତୁ

Panchayat Poll: ପ୍ରଧାନୀ ପରିବାରରେ ଫାଟ
Panchayat Poll: ପ୍ରଧାନୀ ପରିବାରରେ ଫାଟ
author img

By

Published : Feb 13, 2022, 8:14 PM IST

ନବରଙ୍ଗପୁର: ବଡ଼ ଘର ବଡ଼ ଗୁମର କଥା । ଦିନେ ନଅ ଥର ସାଂସଦ ଓ ଥରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଥିବା ନବରଙ୍ଗପୁର ଜିଲ୍ଲା ପାତ୍ରପୁଟରେ ପ୍ରଧାନୀ ପରିବାର ମଧ୍ୟରେ ରାଜନୈତିକ ଫାଟ । ଗୋଟିଏ ପଟେ ଖଗପତି ପ୍ରଧାନୀଙ୍କ ଉତ୍ତରାଧିକାରୀ ଓ ଅନ୍ୟପଟେ ଗୋପୀନାଥ ପ୍ରଧାନୀଙ୍କ ଉତ୍ତରାଧିକାରୀ । ଖଗପତିଙ୍କ ପରିବାର କଂଗ୍ରେସରୁ ଏବେବି ପ୍ରତିନିଧିତ୍ବ କରୁଥିବା ବେଳେ ଗୋପିଙ୍କ ପୁଅ ସଦାଶିବ ପ୍ରଧାନୀ ଏବେ ବିଜେଡିର ବିଧାୟକ । ଚଳିତ ପଞ୍ଚାୟତ ନିର୍ବାଚନରେ ଖଗପତି ଓ ଗୋପୀନାଥ ପ୍ରଧାନୀଙ୍କ ପରିବାର ଦାଦା ପୁତୁରା, ଭାଇ ଭାଉଜ ଓ ଭାଇ ଭାଇ ଲଢେ଼ଇ ରୋଚକ ସ୍ଥିତିରେ । ପଞ୍ଚାୟତ ନିର୍ବାଚନରେ ଦୁଇ ପରିବାରର ଚାରି ଜଣଙ୍କ ମଧ୍ୟରେ ଲଢ଼େଇ ଚାଲିଛି ।

Panchayat Poll: ପ୍ରଧାନୀ ପରିବାରରେ ଫାଟ
କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ନବରଙ୍ଗପୁର ଜିଲ୍ଲାର ପ୍ରଧାନୀ ପରିବାରର ଏବେବି ଦବଦବା ରହିଛି । ଏକଦା କଂଗ୍ରେସ ଶାସନ କାଳରେ ନଅ ନଅ ଥର ସାଂସଦ ଥିବା ଖଗପତି ପ୍ରଧାନୀ ଓ ତାଙ୍କ ସାନଭାଇ ଗୋପୀନାଥ ପ୍ରଧାନୀଙ୍କ ପରେ ତାଙ୍କ ପରପିଡ଼ି ଏବେ ସକ୍ରିୟ ରାଜନୀତିରେ । କଂଗ୍ରେସର ମୂଳଦୁଆ କୁହାଯାଉଥିବା ପ୍ରଧାନୀ ପରିବାରରେ ଏବେ ରାଜନୀତି ବଡ଼ ବିଚିତ୍ର । ଖଗପତିଙ୍କ ନାତି କଂଗ୍ରେସ ସମର୍ଥିତ ଦିଲୀପ ପ୍ରଧାନୀ ଏବେ ସମିତି ସଭ୍ୟ ପ୍ରାର୍ଥୀ ଓ ତାଙ୍କ ସ୍ତ୍ରୀ ସୁଷମା ପ୍ରଧାନୀ ଥରେ ସରପଞ୍ଚ ହୋଇଥିବା ବେଳେ ଏବେବି ସରପଞ୍ଚ ପାର୍ଥିନୀ । ଆଉ ଏପଟେ ବିଜେଡ଼ି ବିଧାୟକଙ୍କ ପୁତୁରା ଶିବାନନ୍ଦ ପ୍ରଧାନୀ ଭାଉଜଙ୍କ ବିରୋଧରେ ସରପଞ୍ଚ ପାର୍ଥୀ । ତାଙ୍କ ସମ୍ପର୍କୀୟ ବିଜେଡି ସମର୍ଥିତ ବୃନ୍ଦାବନ ଭତ୍ରା ଦିଲୀପ ପ୍ରଧାନୀଙ୍କ ସହ ସମିତିସଭ୍ୟ ପାର୍ଥୀ ଭାବେ ଲଢ଼େଇ କରୁଛନ୍ତି । ଏବେ ଉଭୟ ପରିବାରରେ କଡା ଟକ୍କର, ଯିଏ ଯାହାର ଆଦର୍ଶକୁ ନେଇ ଲଢ଼େଇ ଜାରି ରଖିଛନ୍ତି । କିଏ କାହାଠାରୁ କମ ନୁହଁନ୍ତି । ଗୋଟିଏ ପରିବାରର ଏହି ଲଢ଼େଇକୁ ନେଇ ବେଶ ଚର୍ଚ୍ଚା ।

ନିର୍ବାଚନରେ ପାର୍ଥୀତ୍ୱକୁ ଉଭୟ ପରିବାର ମଧ୍ୟରେ ଆଲୋଚନା ଓ ବୈଠକ ଅନୁଷ୍ଠିତ ହୋଇଥିଲା । ଉଭୟ ପରିବାର ପକ୍ଷରୁ ଆପୋଷ ବୁଝାମଣା ମଧ୍ୟ ହୋଇଥିଲା । କିନ୍ତୁ, ପର ମୁହୂର୍ତ୍ତରେ ପଦପଦବୀକୁ ନେଇ ଅଙ୍କକଷାରେ ଭୁଲ ହୋଇଗଲା । ତା’ପରେ ଉଭୟ ପରିବାର ପକ୍ଷରୁ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ତା’ପରେ ଯିଏ ଯାହା ଜିଦରେ ଅଟଳ । ତେବେ ପରିବାରବାଦ ରାଜନୀତିକୁ ନେଇ ପ୍ରଦୀପ ମାଝୀ ପ୍ରତିକ୍ରିୟା ରଖିଛନ୍ତି । ପାତ୍ରପୁଟ ପଞ୍ଚାୟତରେ ଉଭୟ ପରିବାର ଜନମତ ସମ୍ନାନ ଦେବେ ବୋଲି କହୁଥିବା ବେଳେ କିଏ ଜିତିବ କିଏ ହାରିବ ତାହା ସମୟ କହିବ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.