ନବରଙ୍ଗପୁର: ଭୋଟ ଗଣତି ପୂର୍ବରୁ ଗୁଳିକାଣ୍ଡ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ଗାଁରେ ଫାଙ୍କା ଗୁଳିକାଣ୍ଡ ଘଟିଥିବା ଘଟଣା ସାମ୍ନାକୁ ଆସଛି । ସ୍ଥାନୀୟ ଅଞ୍ଚଳର ଅଶ୍ୱିନୀ ଦାସଙ୍କ ଘର ସାମ୍ନାରେ କିଛି ଦୁର୍ବୁତ୍ତ ଗୁଳି ଚଳେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ଏକ ବୋଲେରୋରେ କିଛି ଦୁର୍ବୁତ୍ତ ଆସି 3 ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରୁ ଦୁଇ ଖୋକା ସହ, ଗୋଟିଏ ଅଫୁଟା ଗୁଳି ଜବତ ହୋଇଛି । ଖବର ପାଇ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ପୋଲିସ ପହଞ୍ଚି ଖୋକା ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି । ଏହା ଏକ ନିର୍ବାଚନୀ ହିଂସା ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ