ନବରଙ୍ଗପୁର: ପ୍ରଥମେ ପ୍ରେମ ନିବେଦନ ପରେ ସେକ୍ସ ଆଉ ତାପରେ ୮ମାସ ଗର୍ଭବତୀ ହେବା ପରେ ଧୋକା ଦେଲା ପ୍ରେମିକ । ଶେଷରେ ଥାନାରେ ଦ୍ୱାରସ୍ଥ ହେଇଛନ୍ତି ନାବାଳିକା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ କୁସୁମୀ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା। ଦୀର୍ଘ ୧ବର୍ଷ ହେବ ଏହି ୧୭ବର୍ଷୀୟ ନାବାଳିକା ଗରିବ ଝିଅକୁ ବିବାହର ପ୍ରଲୋଭନ ଦେଖାଇ ତାର ଅନିଚ୍ଛା ସତ୍ତ୍ୱେ ଶାରୀରିକ ସମ୍ପର୍କ ରଖି ଆସୁଥିଲା ସେହି ଗ୍ରାମର କମୁଳୁ ମାଝୀଙ୍କ ପୁଅ କାର୍ତ୍ତିକ ମାଝୀ ।
ଘଟଣା ସମ୍ପର୍କରେ ନାବାଳିକାଙ୍କ ପରିବାର ଲୋକେ ଜାଣିବା ପରେ ଗ୍ରାମର କିଛି ଭଦ୍ର ବ୍ୟକ୍ତି ଙ୍କୁ ଜଣାଇଥିଲେ । ପରେ ଗାଁରେ ଏକ ପଞ୍ଚୟାତ ଡାକି ପୁଅ ଘର ଲୋକଙ୍କୁ ନାବାଳିକାକୁ ବୋହୂ ଭାବରେ ଗ୍ରହଣ କରିବାକୁ ଗାଁ ଲୋକେ କହିଥିଲେ। କିନ୍ତୁ ପୁଅ ଘର ଲୋକ ରାଜି ହୋଇନଥିଲେ । ନାବାଳିକା ଯୁବତୀଙ୍କୁ ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦେଖାଇ ରଖିଥିଲା ଶାରୀରିକ ସମ୍ପର୍କ । ବର୍ତ୍ତମାନ ନାବାଳିକା ଜଣକ ୮ ମାସର ଗର୍ଭବତୀ ଥିବା ଅଭିଯୋଗ ହୋଇଛି ।
ସେପଟେ ଘଟଣା ସମ୍ପର୍କରେ ତେନ୍ତୁଳିଖୁଣ୍ଟି ଥାନାରେ ନାବାଳିକାଙ୍କ ବାପା ଏକ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ଏକ ମାମଲା ରୁଜୁ କରି ଯୁବତୀର ଡାକ୍ତରୀ ମ।ଇନା କରାଇଛନ୍ତି । ଏବଂ ଅଭିଯୁକ୍ତ କାର୍ତ୍ତିକ ମାଝୀ କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ