ETV Bharat / state

ଭୋଜି ସାରି ଫେରିବା ବାଟରେ ଓଲଟିଲା ପିକଅପ୍ ଭ୍ୟାନ, 25 ଆହତ - pickup van accident in nabarangpur

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆଗୁଡା ଠାରେ ଏକ ପିକଅପ ଭ୍ୟାନ ଓଲଟି 25ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି ।

ଓଲଟିଲା ପିକଅପ୍ ଭ୍ୟାନ
ଓଲଟିଲା ପିକଅପ୍ ଭ୍ୟାନ
author img

By

Published : Mar 25, 2021, 8:43 AM IST

ନବରଙ୍ଗପୁର:ଦୁର୍ଘଟଣାଗ୍ରସ୍ତ ହେଲା ପିକଅପ ଭ୍ୟାନ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସୀମାନ୍ତ ସାନବାର୍ଲି ଠାରୁ ଝରିଗାଁ ରାସ୍ତାର ନୂଆଗୁଡା ଠାରେ ବୁଧବାର ଏକ ପିକଅପ ଭ୍ୟାନ ଓଲଟି 25ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେଁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପାଞ୍ଚ ଗୁରୁତରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଓଲଟିଲା ପିକଅପ୍ ଭ୍ୟାନ

ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡିଟି ଓଲଟି ପଡ଼ିଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି । ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର ବଡ଼କଲାର ପଞ୍ଚାୟତ ଗୁଟୁରନାଗଫଣୀ ଅଞ୍ଚଳରୁ ଝରିଗାଁ ବ୍ଲକ କାଦମାଳିର ଏକ ଭୋଜିରେ ଯାଇଥିଲେ ଦୁଇଟି ପିକଅପ ।

ଫେରିବା ବେଳେ ଗୋଟିଏ ପିକଅପରେ ପୁରୁଷ ଓ ଅନ୍ୟରେ ମହିଳାମାନେ ଆସୁଥିଲେ । ପାଖାପାଖି ସଂନ୍ଧ୍ୟା 7ଟା ସମୟରେ ମହିଳାଙ୍କୁ ଧରି ଆସୁଥିବା ପିକଅପ ଭ୍ୟାନଟି ଓଲଟି ପଡିଥିଲା । ଗାଡ଼ିରେ ପାଖାପାଖି 5ଜଣ ପୁରୁଷ ସହ 20ଜଣ ମହିଳା ଥିଲେ। ଅଞ୍ଚଳରେ ମୋବାଇଲ ସେବା ନଥିବା ସତ୍ତ୍ବେ ଖବର ପାଇ ଆମ୍ବୁଲାନ୍ସ ଗାଡ଼ିରେ ଆହତମାନଙ୍କୁ ଅଣାଯାଉଛି । ଆହତଙ୍କ ସଂଖ୍ୟା ଅଧିକା ହେବା ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା 20 ଜଣକୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି |

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.