ETV Bharat / state

ନକ୍ସଲ ଭୟ, ଗାଁ ଖାଲି କଲେ ଗ୍ରାମବାସୀ - ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ନକ୍ସଲ ଭୟ

ନକ୍ସଲ ଭୟରେ ଗାଁ ଛାଡିଲେ ଲୋକେ । ଲୋକମାନେ ଯିବା ପରେ ଜବର ଦଖଲ ଉଚ୍ଛେଦ କଲା ଛତିଶଗଡ ବନ ବିଭାଗ । ଅଧିକ ପଢନ୍ତୁ

ନକ୍ସଲ ଭୟରେ ଗାଁ ଛାଡିଲେ ଲୋକେ
ନକ୍ସଲ ଭୟରେ ଗାଁ ଛାଡିଲେ ଲୋକେ
author img

By

Published : May 4, 2023, 8:47 AM IST

Updated : May 4, 2023, 10:45 AM IST

ନକ୍ସଲ ଭୟରେ ଗାଁ ଛାଡିଲେ ଲୋକେ

ନବରଙ୍ଗପୁର: ନକ୍ସଲ ଭୟରେ ପୁଣି ଗାଁ ଛାଡିଲେ ଲୋକେ । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲା ଜୁଗାଡ଼ ଥାନା ଅନ୍ତର୍ଗତ ଉଦନ୍ତି ସୀତାନଦୀ ଅଭୟାରଣ୍ୟ ମଧ୍ୟରେ ବସବାସ କରୁଥିବା ସ୍ବର୍ଣ୍ଣମାଲ ଗାଁ ଲୋକେ ନକ୍ସଲ ଭୟରେ ଗାଁ ଛାଡି ଚାଲି ଯାଉଥିବା ଦେଖିବାକୁ ମିଳିଛି । ନକ୍ସଲଙ୍କ ଧମକ ପରେ ଜୀବନ ବଞ୍ଚାଇବା ଭୟରେ ଗ୍ରାମର ପ୍ରାୟ ୬୯ଟି ପରିବାର ଘରଦ୍ବାର ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି । ତେବେ ସ୍ବର୍ଣ୍ଣମାଲବାସୀ ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ଜବର ଦଖଲ କରି ରହିଆସୁଥିଲେ । ତେଣୁ ସେମାନେ ଏବେ ଗ୍ରାମ ଛାଡିବା ପରେ ଛତିଶଗଡ଼ ବନ ବିଭାଗ ପକ୍ଷରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୫୦ ଜଣିଆ ଜମ୍ବୋ ଟିମ୍ ଗଠନ କରାଯାଇ ୨ଟି ପୋକ୍ଲେନ ଏବଂ ୧୨ ଗୋଟି ଟ୍ରାକ୍ଟର ସାହାଯ୍ୟରେ ଜବର ଦଖଲ ଉଚ୍ଛେଦ କରାଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ଡାକ୍ତର ଦମ୍ପତିଙ୍କ ନିଆରା ବାହାଘର, ବରଯାତ୍ରୀରେ ଗଲେ ୧୦୮ ସାଧୁ ସନ୍ଥ

ସୂଚନା ମୁତାବକ, ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଉଦନ୍ତି ସୀତାନଦୀ ଅଭୟାରଣ୍ୟ ମଧ୍ୟରୁ ବେଆଇନ ଭାବେ ୩୭୦୦୦ ଗଛ କାଟି ୧୮୮ ହେକ୍ଟର ଜମିରେ ସ୍ବର୍ଣ୍ଣମାଲ ଗ୍ରାମ ଗଠନ କରାଯାଇଥିଲା । ଏହି ଗ୍ରାମରେ ପ୍ରାୟ ୬୯ ପରିବାର ବସବାସ କରି ଆସୁଥିଲେ । ଏହାକୁ ବିରୋଧ କରି ନକ୍ସଲ ଉକ୍ତ ଗ୍ରାମ ଛାଡି ଚାଲି ଯିବାକୁ ଗାଁ ଲୋକଙ୍କୁ ଧମକ ଚମକ ଦେଇଥିଲେ । ତେଣୁ ନକ୍ସଲ ଭୟରେ ଗ୍ରାମବାସୀ ବାଧ୍ୟ ହୋଇ ନିଜେ ଘରଦ୍ବାର ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି । ଯାହାଫଳରେ ବନ ବିଭାଗ ମଧ୍ୟ ଉକ୍ତ ଅଭୟାରଣ୍ୟ ମଧ୍ୟରେ ଥିବା ସମସ୍ତ ଜବର ଦଖଲ ଉଚ୍ଛେଦ କରୁଛି ।

ଏହାମଧ୍ୟ ପଢନ୍ତୁ: କୋଟିଆ ପାଇଁ କାନ୍ଦୁଥିଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁ ବିଜେପି ସରକାର: ରାଜସ୍ବ ମନ୍ତ୍ରୀ

ବନ ବିଭାଗ ଉକ୍ତ ଗ୍ରାମକୁ ଖାଲି କରି ସେଠାରେ ବୃକ୍ଷରୋପଣ ପାଇଁ ବହୁ ଦିନରୁ ଚେଷ୍ଟା ଚଳାଇଥିବା ବେଳେ ବର୍ତ୍ତମାନ ପୋକ୍ଲିନ ଏବଂ ଟ୍ରାକ୍ଟର ସାହାଯ୍ୟରେ ଉଚ୍ଛେଦ କରାଯାଉଛି । ଏହି କାର୍ଯ୍ୟରେ ପ୍ରାୟ ୨୫୦ ଜଣ ବନ କର୍ମଚାରୀ ନିୟୋଜିତ ଥିବା ଉଦନ୍ତି ସୀତାନଦୀ ଅଭୟାରଣ୍ୟ ଉପନିର୍ଦ୍ଦେଶକ ବରୁଣ ଜୌନ ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ମୟୂରଭଞ୍ଜ ଗସ୍ତ, ଜନ୍ମମାଟିରେ ସ୍ବତନ୍ତ୍ର ପ୍ରସ୍ତୁତି

ଇଟିଭି ଭାରତ, ନବରଙ୍ଗପୁର

Last Updated : May 4, 2023, 10:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.