ETV Bharat / state

ନବରଙ୍ଗପୁରରେ ପିସିସି ସଭାପତି, କଂଗ୍ରେସ କ୍ଷମତାକୁ ଆସିଲେ ବିକାଶ ହେବ - ପିସିସି ସଭାପତିଙ୍କ ନବରଙ୍ଗପୁର ଗସ୍ତ

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନବରଙ୍ଗପୁର ଗସ୍ତ । ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଲେ । କଂଗ୍ରେସ କ୍ଷମତାକୁ ଆସିଲେ ଅଞ୍ଚଳର ବିକାଶ ହେବ ବୋଲି କହିଲେ ଶରତ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ପିସିସି ସଭାପତି, କହିଲେ କଂଗ୍ରେସ ଆସିଲେ ଅଞ୍ଚଳର ବିକାଶ ହେବ

author img

By

Published : Jul 8, 2022, 6:01 PM IST

ନବରଙ୍ଗପୁର: ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନବରଙ୍ଗପୁର ଗସ୍ତ । ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକ୍ରମର ଆୟୋଜନ କରି ଥିବାବେଳେ ଏକ ଜନ ସମ୍ପର୍କ ଯାତ୍ରା ମଧ୍ୟ ଆରମ୍ଭ କରିଛି । ରାଜ୍ୟ ନେତୃବୃନ୍ଦ ନବରଙ୍ଗପୁରରେ ପହଞ୍ଚିବା ପରେ ସ୍ଥାନୀୟ ସର୍କିଟ ହାଉସରୁ ବିଭିନ୍ନ ପଦାଧିକାରୀଙ୍କ ସହ ଜନ ସମ୍ପର୍କ ଯାତ୍ରା ଶୁଭାରମ୍ଭ କରିଥିଲେ ପସିସି ସଭାପତି । ଏହି ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ।

ନବରଙ୍ଗପୁରରେ ପିସିସି ସଭାପତି, କହିଲେ କଂଗ୍ରେସ ଆସିଲେ ଅଞ୍ଚଳର ବିକାଶ ହେବ

ବିଜେଡି-ବିଜେପି ଏକାଠି ହୋଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ପିସିସି ସଭାପତି କହିଛନ୍ତି । ଏଥିସହ ଯେପର୍ଯ୍ୟନ୍ତ କଂଗ୍ରେସ ଶାସନକୁ ନ ଫେରିଛି ସେପର୍ଯ୍ୟନ୍ତ ଅଞ୍ଚଳର ବିକାଶ ହୋଇପାରିବନି ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ପ୍ରଥମେ ନବରଙ୍ଗପୁରରୁ ବାହାରି ପାପଡାହାଣ୍ଡି ପହଞ୍ଚିବା ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପିସିସି ସଭାପତି ଓ ପ୍ରଭାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍ଥାନୀୟ ଶହୀଦ ମିନାରରେ ଅତିଥିମାନେ ପହଞ୍ଚି 19 ଜଣ ଯୁବ ଆଦିବାସୀ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଡାବୁଗାଁ ଅଭିମୁଖେ ବାହାରିଥିଲେ ।

ଡାବୁଗାଁ ବ୍ଲକ ସରାଗୁଡା ନଦୀ ପୋଲ ଉପରୁ ବିପ୍ଲବୀ ସନୁ ମାଝୀ ଓ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପରେ ବଡ଼ ଭରଣ୍ଡୀ ଠାରେ ଥିବା ଶହୀଦ ମିନାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉମରକୋଟ ଠାରେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହ କୋରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଉମରକୋଟରୁ ରାଇଘର ଯାଇ ସେଠାରେ ଏକ ମିଶ୍ରଣ ପର୍ବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.