ETV Bharat / state

ବଜ୍ରକାପ୍ତା ଉଦ୍ଧାର, ସିନେମା ଷ୍ଟାଇଲରେ ଗିରଫ ହେଲେ ୩ ଅଭିଯୁକ୍ତ

ବଜ୍ରକାପ୍ତା ଚୋରାଚାଲାଣକାରୀଙ୍କୁ ଧରିବାକୁ ଗ୍ରାହକ ବେଶ ଧରିଲେ ବନବିଭାଗ କର୍ମଚାରୀ । ଶେଷରେ ପ୍ଲାନ ସଫଳ ହେବା ସହ 3 ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢନ୍ତୁ...

Pangolin siezed
ବଜ୍ରକାପ୍ତା ଉଦ୍ଧାର
author img

By

Published : May 13, 2020, 12:38 AM IST

ନବରଙ୍ଗପୁର: ବିରଳ ମାଈ ବଜ୍ରକାପ୍ତାକୁ ୫୦ ହଜାର ଟଙ୍କାରେ ବିକ୍ରୟ ପାଇଁ ଚାଲିଥିଲା ମଶୁଧା । ଏଥିପାଇଁ ଚୋରା ଚାଲାଣକାରୀ ବଜ୍ରକାପ୍ତାକୁ ବିକ୍ରି ପାଇଁ ଦୁଇ ତିନୋଟି ସ୍ଥାନରେ ଚେଷ୍ଟା କରିବା ପରେ ଶେଷରେ ନବରଙ୍ଗପୁର ଡାବୁଗାଁ ବନ ବିଭାଗ କର୍ମଚାରୀଙ୍କ ହାତରେ ସିନେମା ଷ୍ଟାଇଲରେ ଧରା ପଡି କୋର୍ଟ ଚାଲାଣ ହୋଇଛନ୍ତି । ତେବେ ଏହି ଚୋରା ଚାଲାଣ ଚେର କେତେଦୂର ଲମ୍ବିଛି ତାର ତଦନ୍ତ ଜାରି ରହିଛି ।

ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ବିଜାପୁର ଗ୍ରାମ ନିକଟରେ ବିରଳ ପ୍ରାୟ ଏକ ମାଇ ବଜ୍ରକାପ୍ତାକୁ ୫୦ ହଜାର ଟଙ୍କାରେ ବିକ୍ରି ପାଇଁ ବୋରଗାଁର କପିଳାସ ହରିଜନ (୨୬), ସୀଙ୍ଗସାରି ନିକଟ ମାଝିଗୁଡ଼ାର ଲକ୍ଷ୍ମଣ ଭତରା (୪୧), ଓ କର୍ଲା ବେଡା ଗ୍ରାମର ବୁଦୁରାମ ଭତରା (୩୦) ମିଶି ମଶୁଧା ଚଳାଇଥିଲେ । ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଡାବୁଗାଁ ଓ ପାପଡାହାଣ୍ଡି ଥାନା ଅଞ୍ଚଳରେ ଗ୍ରାହକ ଯୋଗାଡ଼ ନିମନ୍ତେ ଚେଷ୍ଟା ମଧ୍ୟ କରିଥିଲେ । କିନ୍ତୁ କୌଣସି ସୂତ୍ରରୁ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ମଗର ଧନଜି ରାଓସେ ବଜ୍ରକାପ୍ତା ବିକ୍ରି ଚାଲାଣକାରୀ ପ୍ରସ୍ତୁତ ଜାଣି ନିଜ କର୍ମଚାରୀଙ୍କୁ ନେଇ ଏକ ଦଳ ଗଠନ କରିଥିଲେ । ଏହି ଦଳ ଗ୍ରାହକ ସାଜି ବଜ୍ରକାପ୍ତା କ୍ରୟ କରିବାକୁ ଯାଇଥିଲେ ।

ଏହି କ୍ରମରେ ସୋମବାର ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁ ରଞ୍ଜନି ଗମାଙ୍ଗ, ନବରଙ୍ଗପୁର ବନାଞ୍ଚଳ ଅଧିକାରୀ ମନୋଜ କୁମାର ପାତ୍ର ଓ କର୍ମଚାରୀଙ୍କ ସହ ମିଶି ଛଦ୍ମ ବେଶରେ କେତେଜଣ କର୍ମଚାରୀ ବିଜାପୁର ଗ୍ରାମ ନିକଟରେ ଉକ୍ତ ୩ ଜଣଙ୍କ ସମ୍ପର୍କରେ ଆସି ୫୦ ହଜାର ଟଙ୍କାରେ ବଜ୍ରକାପ୍ତା କିଣିବାକୁ ଲୋଭ ଦେଖାଇଥିଲେ । ଏଥିରେ ପ୍ରୋଲଭିତ ହୋଇ ସେମାନେ ବଜ୍ରକାପ୍ତା ଦେଖାଇଥିଲେ । ଏପଟେ ଆଗରୁ ଛକି ରହିଥିବା ବନ କର୍ମଚାରୀ ମାନେ ତୁରନ୍ତ ଏହି ତିନିଜଣ ଆସାମୀଙ୍କୁ ଗିରଫ କରିଥିଲେ । ସେମାନଙ୍କ ନିକଟରୁ ୨ଟି ବାଇକ୍ ସହ ୨ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି । ତିନି ଅଭିଯୁକ୍ତଙ୍କୁ wildlife ଆକ୍ଟରେ କେଶ୍ ନଂ ୩୯/୨୦୨୦/୨୧ ରେ ଗିରଫ କରାଯାଇ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ।

ତେବେ ଏହାର ତଦନ୍ତ ନବରଙ୍ଗପୁର ସହକାରୀ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ର କରୁଛନ୍ତି । ତେବେ ଏହି ବିରଳ ପ୍ରାୟ ବଜ୍ରକାପ୍ତା ଚୋରା ଚାଲାଣରେ ବଡ଼ ହାତ ଥିବା ଜଣା ପଡୁଥିବା ବେଳେ ଆଗାମୀ ଦିନରେ ତଦନ୍ତ ପରେ ସ୍ପଷ୍ଟ ଜଣା ପଡ଼ିବ । ଉଦ୍ଧାର କରାଯାଇଥିବା ମାଇ ବଜ୍ରକାପ୍ତାକୁ ସ୍ୱାସ୍ଥ୍ୟ ପରୀକ୍ଷା କରି ସୁସ୍ଥ ପରେ ପୁଣି ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ ତରଫରୁ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.