ETV Bharat / state

ପେଶାରେ ମହାମାରୀ ଛାଟ, ପେଟ ପୋଷୁଛି କୌଳିକ ବୃତ୍ତି

author img

By

Published : Oct 6, 2020, 2:32 PM IST

କେବେ କୌଳିକ ବୃତ୍ତିକୁ ବଞ୍ଚାଇବାକୁ ଗଲେ ପେଟ ପୁରୁନି ତ ଆଉ କେତେବେଳେ ପେଟ ପୋଷିବାକୁ ଯାଇ ହାତଛଡା କରିବାକୁ ପଡୁଛି କୌଳିକ ବୃତ୍ତି । ଏମିତିରେ ଲକଡାଉନ ସମୟରେ ନିଜ ପେଶାର ମାନ୍ଦାବସ୍ଥାକୁ ସ୍ବୀକାର କରି ପୁଣି କୌଳିକ ବୃତ୍ତିରେ ମନ ବଳାଇଛନ୍ତି ନବରଙ୍ଗପୁର ସହର ବାଦାମ ସାହିର ମୃତ୍ୟୁଞ୍ଜୟ ମହାରଣା ।

nabarangpur latest news, lawyer turns carpenter, lawyer turns carpenter in nabarangpur, corona impact in nabarangpur, ନବରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, ନବରଙ୍ଗପୁରରେ ବଢେଇ କାମରେ ଆଇନଜୀବୀ, ବଢେଇ କାମରେ ଆଇନଜୀବୀ, ନବରଙ୍ଗପୁରରେ କୋରୋନା ପ୍ରଭାବ
ପେଶାରେ ଲାଗିଲା ମହାମାରୀର ରୋକ, ପେଟ ପୋଷୁଛି କୌଳିକ ବୃତ୍ତି

ନବରଙ୍ଗପୁର: ଜୀବିକା ନିର୍ବାହ କରିବା ସହ ପରିବାର ପ୍ରତିପୋଷଣ ଆଳରେ ଅନେକ ସମୟରେ ବାଜିରେ ଲାଗୁଛି କୌଳିକ ବୃତ୍ତି । କେବେ କୌଳିକ ବୃତ୍ତିକୁ ବଞ୍ଚାଇବାକୁ ଗଲେ ପେଟ ପୁରୁନି ତ ଆଉ କେତେବେଳେ ପେଟ ପୋଷିବାକୁ ଯାଇ ହାତଛଡା କରିବାକୁ ପଡୁଛି କୌଳିକ ବୃତ୍ତି । ଏମିତିରେ ଲକଡାଉନ ସମୟରେ ନିଜ ପେଶାର ମାନ୍ଦାବସ୍ଥାକୁ ସ୍ବୀକାର କରି ପୁଣି କୌଳିକ ବୃତ୍ତିରେ ମନ ବଳାଇଛନ୍ତି ନବରଙ୍ଗପୁର ସହର ବାଦାମ ସାହିର ମୃତ୍ୟୁଞ୍ଜୟ ମହାରଣା । ପେଶାରେ ସେ ଜଣେ ଆଇନଜୀବୀ ହୋଇଥିବା ବେଳେ ଗତ 22 ବର୍ଷ ହେବ ଜଣେ ସରକାରୀ ଓକିଲ ଭାବେ ସେ କର୍ତ୍ତବ୍ୟ ସମ୍ପାଦନ କରିଚାଲିଛନ୍ତି । ହେଲେ କୋରୋନା ମହାମାରୀ ପାଇଁ ଲାଗୁ ହୋଇଥିବା କଟକଣାରେ ପେଶା ପ୍ରଭାବିତ ହେବାରୁ ସେ ପରିବାର ସହ ଆରମ୍ଭ କରିଛନ୍ତି କାଠ କାମ ।

ଜାତିରେ ବିଶ୍ବକର୍ମା ବୋଲାଉଥିବା ମହାରଣା ପରିବାରରେ ଜନ୍ମ ନେଇଥିବା ମୃତ୍ୟୁଞ୍ଜୟଙ୍କର ଛୁଆଟି ଦିନରୁ କାଠ କାମ ପ୍ରତି ରହିଥିଲା ବେଶ ଆଗ୍ରହ । ବାପା ଓ ଭାଇଙ୍କ ସହଯୋଗରେ ସେ ବଢେଇ କାମ ଶିଖିବା ପରେ ସମାଜସେବା ପାଇଁ ମନ ବଳାଇ ନିଜ ପରିଶ୍ରମର ଅର୍ଥରୁ ଆରମ୍ଭ କରିଥିଲେ ଆଇନ ପଢା । ପରେ ଜଣେ ସଫଳ ଆଇନଜୀବୀ ଭାବେ ସେ ଜିଲ୍ଲା ଓ ଦୌରା ନ୍ୟାୟାଧିଶଙ୍କ କାର୍ଯ୍ୟାଳୟରେ ଗତ 22 ବର୍ଷ ହେବ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଛନ୍ତି । ହେଲେ ଏବେ କୋରୋନା ମହାମାରୀ ସମୟରେ ବ୍ୟବସାୟରେ ବାଧା ସୃଷ୍ଟି ହେବାରୁ ସେ ବିନା କୌଣସି ଦ୍ବିଧାରେ ବାପା ଓ ଭାଇଙ୍କ ସହ ହାତ ମିଳାଇ କରୁଛନ୍ତି ବଢେଇ କାମ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସେ ସୃଷ୍ଟି କରିପାରିଛନ୍ତି ଏକ ନିଆରା ଉଦାହରଣ । ତେବେ ଆଗକୁ ପରିସ୍ଥିତି ସୁଧୁରିଲେ ସେ ପୁଣି ଓକିଲାତି ଆରମ୍ଭ କରିବେ ବୋଲି କହନ୍ତି ମୃତ୍ୟୁଞ୍ଜୟ ।

ଆର୍ଥିକ ଅଭାବ ସମୟରେ କୌଣସି କାର୍ଯ୍ୟକୁ ହେୟ ମନେ ନ କରି ସ୍ବାଭିମାନର ସହ ବଞ୍ଚି ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ମୃତ୍ୟୁଞ୍ଜୟ । ଏମିତିରେ ଅସୁବିଧା ସମୟରେ ବିଚଳିତ ନ ହୋଇ ପରିସ୍ଥିତିକୁ ସ୍ବୀକାର କରିବା ସହ ନିଜ କୌଳିକ ବୃତ୍ତି ପ୍ରତି ଥିବା ଆଦର ଓ ଭଲ ପାଇବାକୁ ସାଉଣ୍ଟି ସେ ଅନ୍ୟ ସହଯୋଗୀଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.