ETV Bharat / state

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜେଜେମା ଓ ନାତୁଣୀ ମୃତ

ରାଇଘର ବ୍ଲକ ନୂଆପାରା ଗ୍ରାମରେ ଅଭାବନୀୟ ଘଟଣା । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜେଜେମା ଓ ନାତୁଣୀ ମୃତ। ଅଧିକ ପଢନ୍ତୁ

author img

By

Published : Nov 16, 2021, 8:53 AM IST

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜେଜେମା ଓ ନାତୁଣୀ ମୃତ
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜେଜେମା ଓ ନାତୁଣୀ ମୃତ

ନବରଙ୍ଗପୁର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜେଜେମା ଓ ନାତୁଣୀ ମୃତ। ଏଭଳି ଦୁଃଖଦନୀୟ ଘଟଣା ଘଟିଛି ଜିଲ୍ଲାର ରାଇଘର ବ୍ଲକ ନୂଆପାରା ଗ୍ରାମରେ । ମୃତ ବୃଦ୍ଧା ଜଣଙ୍କର ବୟସ ୬୦ ବର୍ଷ ହୋଇଥିବାବେଳେ ତାଙ୍କ ନାତୁଣୀର ବୟସ ୧୫ ବର୍ଷ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଘର ଭିତରେ ଥିବା ଏକ ଲୁହା କବାଟରେ ବିଦ୍ୟୁତ୍ ତାର ସହ ସଂଯୋଗ ହୋଇଥିଲା । ତେବେ ହଠାତ ବୃଦ୍ଧା ଓ ତାଙ୍କ ନାବାଳିକା ନାତୁଣୀ ଉକ୍ତ ଲୁହା କବାଟକୁ ଛୁଇଁବାରୁ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇଁ ଘଟଣାସ୍ଥଳରେ ରାଇଘର ଓ କୁନ୍ଦେଇ ପୋଲିସ ଉକ୍ତ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଉକ୍ତ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଉକ୍ତ ବୃଦ୍ଧାଙ୍କ ଦୁଇ ପୁଅଙ୍କ ମଧ୍ୟରୁ ତାଙ୍କ ବଡ ପୁଅଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବାବେଳେ ସେ ତାଙ୍କ ନାବାଳିକା ଝିଅକୁ ଧରି ଘରେ ରହିଆସୁଥିଲେ । ତେବେ ତାଙ୍କ ସାନ ପୁଅ ଅନ୍ୟତ୍ର ରହୁଥିବା ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.