ETV Bharat / state

ନବରଙ୍ଗପୁରରେ ଡାଇରିଆ ଆତଙ୍କ, ଝାଡା ବାନ୍ତିରେ ମହିଳା ମୃତ - ନବରଙ୍ଗପୁରରେ ଡାଇରିଆ ଆତଙ୍କ

ନବରଙ୍ଗପୁରରେ ଡାଇରିଆ ଆତଙ୍କ । ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମହିଳାଙ୍କ ମୃତ୍ୟୁ । ଗ୍ରାମରେ ଆଉ ୩ରୁ ୪ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ନବରଙ୍ଗପୁରରେ ଡାଇରିଆ ଆତଙ୍କ , ଝାଡା ବାନ୍ତିରେ ମହିଳା ମୃତ

author img

By

Published : Jul 21, 2022, 12:05 PM IST

ନବରଙ୍ଗପୁର: ରାୟଗଡା କୋରାପୁଟ ପରେ ଏବେ ନବରଙ୍ଗପୁରରେ ଡାଇରିଆ ଆତଙ୍କ । ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମହିଳାଙ୍କ ମୃତ୍ୟୁ । ଚିକିତ୍ସା ପାଇଁ ଡାକ୍ତରଖାନା ଯାଉଥିବା ସମୟରେ ଅଧା ବାଟରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତ ମହିଳା ହେଉଛନ୍ତି ଝରିଗାଁ ବ୍ଲକ ଡୁମରପଦର ଗ୍ରାମର ମନୋ ଭତ୍ରାଙ୍କ ସ୍ତ୍ରୀ ପୁନେଇ ଭତ୍ରା । ପୁନେଇ ଭତ୍ରା ଦୁଇ ଦିନ ଧରି ଝାଡ଼ା ବାନ୍ତିରେ ଆକ୍ରାନ୍ତ ଥିଲେ । କିନ୍ତୁ ସେ ଡାକ୍ତର ଖାନାକୁ ନଯାଇ ଘରେ ରହି ସ୍ଥାନୀୟ କ୍ବାକ୍ ଏବଂ ଜଡି଼ବୁଟି ଚିକିତ୍ସା କରାଇଥିଲେ ।

ନବରଙ୍ଗପୁରରେ ଡାଇରିଆ ଆତଙ୍କ , ଝାଡା ବାନ୍ତିରେ ମହିଳା ମୃତ

ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ପହଞ୍ଚିବା ପରେ ରାସ୍ତାରେ ପୁନେଇ ଭତ୍ରାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଶେଖର ସୁମନ ଦାଶ ସୂଚନା ଦେଇଛନ୍ତି । ସେପଟେ ଗ୍ରାମରେ ଆଉ ୩ରୁ ୪ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ମୃତ ମହିଳାଙ୍କ ସ୍ବାମୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.