ନବରଙ୍ଗପୁର: ଜିଲ୍ଲାରେ ଶିକ୍ଷା ସହୟକ ନିଯୁକ୍ତି ସମୟରେ ମିଥ୍ୟା ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ଅଭିଯୋଗରେ ଜଣକୁ ଗିରଫ କିରିଛି କୋଡ଼ିଙ୍ଗା ଥାନା ପୋଲିସ ।କୋଷାଗୁମୁଡ଼ା ବ୍ଲକ ବାକଟିଗୁଡା ଗାଁରେ ଶିକ୍ଷା ସହାୟକ ଭାବରେ କାର୍ଯ୍ୟ କରୁଥିବା ଶିକ୍ଷକ ଶ୍ରୀକାନ୍ତ ଦଳେଇଙ୍କ ନାମରେ ୭/୩/୨୦୨୦ ତାରିଖ ଦିନ କୋଷାଗୁମୁଡା ବିଇଓ କୋଡ଼ିଙ୍ଗା ଥାନାରେ ଏତଲା ଦେଇଥିଲେ । ସେହି ସମୟରୁ ସେ ଫେରାର ଥିବାବେଳେ କୋଡ଼ିଙ୍ଗା ପୋଲିସ ଭଦ୍ରକ ଜିଲ୍ଲା ଧାମନଗର ଥାନା ବନସର ଗାଁରୁ ଗିରଫ କରି କୋର୍ଟ ଚାଲାଣ କରିଛି ।
2013 ମସିହାରେ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ସହାୟକ ଭାବରେ ନିଯୁକ୍ତି ପାଇଥିଲେ । ଛଅ ବର୍ଷ ପୂରଣ ହେବାପରେ ସ୍ଥାୟୀ ନିଯୁକ୍ତି ପାଇଁ ସାର୍ଟିଫିକେଟ ଭେରିଫିକେସନ ସମୟରେ ତାଙ୍କର ଜାଲ ସାର୍ଟିଫିକେଟ ଥିବା ଜଣାପଡି ଥିଲା । ତାଙ୍କ ନାମରେ ମାମଲା ଦାୟର ହବାପରେ ସେ ଫେରାର ଥିଲେ । ଏହାସହ ଅନ୍ୟଜଣେ ଶିକ୍ଷକ ମାନସ କୁମାର ପରିଡ଼ାଙ୍କ ନାମରେ ମଧ୍ୟ ଏତଲା ଦିଆଯାଇଛି । ସେ କୋଷଗୁମଡ଼ା ଥାନା ବଜ୍ରଗଡ଼ ସ୍କୁଲରେ ଶିକ୍ଷସହାୟକ ଭାବେ କାମ କରୁଥିବା ବେଳେ ତାଙ୍କ ନାମରେ ମଧ୍ୟ ଜାଲ ପ୍ରମାଣ ପତ୍ର ଥିବା ଜଣା ପଡୁଥିଲା । ତାଙ୍କ ନାମରେ ମଧ୍ୟ ଏତଲା ଦିଆଯାଇଛି । ସେ ବର୍ତ୍ତମାନ ଫେରାର ଥିବା ଜଣାପଡ଼ିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ