ନବରଙ୍ଗପୁର: ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି ସାମ୍ବାଦିକ ସମ୍ମିଳନୀ । ଆଗାମୀ ୨୨ ତାରିଖରେ ପ୍ରଜାପିତା ବ୍ରହ୍ମାକୁମାରୀ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ଯାଉଛି । ଏଥିରେ ନବରରଙ୍ଗପୁର ଜିଲ୍ଲା ଓ ଆଖପାଖ ଜିଲ୍ଲା ପ୍ରଜାପିତା ବ୍ରହ୍ମାକୁମାରୀ ସମସ୍ତ ଭାଇ ଭଉଣୀମାନେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀରୁ ବିକେ ଖ୍ୟାତି ଭଉଣୀ ଯୋଗ ଦେବେ।
ଆସନ୍ତା 22 ରେ ‘ଦୁଶ୍ଚିନ୍ତାମୁକ୍ତ ଜୀଵନ ଓ ପ୍ରଭାବୀ ଶାସନ ନୀତି ’ ନାମକ ଏକ ଶିବିର ଅନୁଷ୍ଠିତ ହେବ । ଦିନକୁ ଦିନ କାର୍ଯ୍ୟର ଚାପ ବୃଦ୍ଧି ପାଉଥିବା ବେଳେ ଏଥିରୁ ମୁକ୍ତି ପାଇଁ ଏହି ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଜିଲ୍ଲାର ସମସ୍ତ ଅଧିକାରୀମାନେ ଉପସ୍ଥିତ ରହିବେ । ଏହି କର୍ଯ୍ୟକ୍ରମ ଗୋଟିଏ ଦିନ ପାଇଁ ହେବ । ସେପଟେ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି ।
ଏହି ଅବସରରେ ଓଁ ଶାନ୍ତି ଆଶ୍ରମରେ ଗୁରୁବାର ଦିନ ସନ୍ଧ୍ୟା ୭ଟା ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ବ୍ରହ୍ମାକୁମାରୀ ନିର୍ଦ୍ଦେଶିକା ନିଲମିଳି ଯୋଗଦେଇ ଶିବିର ବିଷୟରେ ଅବଗତ କରାଇଥିଲେ । ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଚାପଗ୍ରସ୍ତ ରହୁଛନ୍ତି । ଯୋଗ ଅଭ୍ୟାସ ମାଧ୍ୟମରେ ଚାପ ମୁକ୍ତ ହୋଇପାରିବ ବୋଲି ସେ କହିଥିଲେ । ଏଠାରେ ସରକାରୀ ଅଧିକାରୀଙ୍କୁ ନେଇ ଚିନ୍ତାମୁକ୍ତ ଶିବିର ଅନୁଷ୍ଠିତ ହେବ । ଗୋଟିଏ ମଣିଷର ୮୫ ପ୍ରତିଶତ ରୋଗ ମାନସିକ ଦୁଶ୍ଚିନ୍ତା ଓ ୧୫ ପ୍ରତିଶତ ରୋଗ ଖାଦ୍ୟରୁ ହୋଇଥାଏ ବୋଲି ବ୍ରହ୍ମାକୁମାରୀ ନମିତା ଭଉଣୀ କହିଛନ୍ତି । ତେବେ ଚିନ୍ତାରୁ ମୁକ୍ତ ପାଇଁ କରାଯାଉଥିବା ଏହି ଶିବିର ଅନୁଷ୍ଠିତ ହେବ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ