ETV Bharat / state

ଘର ଅଗଣାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - old man

ଡାବୁଗାଁ ଥାନା ଅନ୍ତର୍ଗତ ପରସବେଡା ଗାଁରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିବା ବେଳେ ବୃଦ୍ଧଙ୍କୁ ଏକ ଧାରୁଆ ଅସ୍ତ୍ରରେ ଗଳା କଟାଯାଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ନବରଙ୍ଗପୁର
author img

By

Published : Apr 28, 2019, 4:07 AM IST

ନବରଙ୍ଗପୁର: ଡାବୁଗାଁ ଥାନା ଅନ୍ତର୍ଗତ ପରସବେଡା ଗାଁରୁ ଏକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିବା ବେଳେ ବୃଦ୍ଧଙ୍କୁ ଏକ ଧାରୁଆ ଅସ୍ତ୍ରରେ ଗଳା କଟାଯାଇଥିବା ଜଣାପଡିଛି । ପୋଲିସକୁ ଏନେଇ କୌଣସି ସୁରାଗ ନ ମିଳିବା ପରେ କୋରାପୁଟରୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଦଳର ସହାୟତା ନେବାକୁ ପଡ଼ିଥିଲା । ଏନେଇ ଡାବୁଗାଁ ଥାନାରେ କେଶ ନମ୍ବର 54/19 ରେ ମାମଲା ରୁଜୁ ହୋଇଥିବା ବେଳେ ଡାବୁଗାଁ ଏସଆଇ ରଙ୍କନିଧି ସାହୁ ଏହି ଘଟଣାର ତଦନ୍ତ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ନବରଙ୍ଗପୁର

ସୂଚନା ଅନୁସାରେ, ମୃତକ ଜଣକ ହେଲେ ଡାବୁଗାଁ ଥାନା ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ପରସବେଡ଼ା ଗ୍ରାମର ସନୁ ଭତରା (60) । ଗାଁରୁ କିଛି ଲୋକଙ୍କ ସହ ମିଶି ଶୁକ୍ରବାର ମୋତିଗାଁ ଭୋଜି ଖାଇବାକୁ ଯାଇଥିଲେ ସନୁ । ଭୋଜି ଖାଇ ଘରକୁ ମଧ୍ୟ ଫେରିଥିଲେ। ଅତ୍ୟଧିକ ଗରମ ଯୋଗୁଁ ଅଗଣାରେ ଖଟିଆ ପକାଇ ଶୋଇଯାଇଥିଲେ।

ହେଲେ ଶନିବାର ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସନୁଙ୍କ ମୃତଦେହ ଦେଖିଥିଲେ ତାଙ୍କ ବୋହୂ। ଘଟଣା ବିଷୟରେ ଜାଣିବା ପରେ ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣି ଡ଼ାବୁଗାଁ ପୋଲିସକୁ ଖବର ଦେଇଥିଲେ । ସନୁଙ୍କ ବେକରେ କେହି ଜଣେ ଧରୁଆ ଅସ୍ତ୍ରରେ ଗଭୀର ଆଘାତ କରିଥିବା ସନ୍ଦେହ କରାଯାଉଛି।

ନବରଙ୍ଗପୁରରୁ ତପନ ବିଷୋୟୀ,ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.