ନବରଙ୍ଗପୁର: ଜିଲ୍ଲାର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଓଡିଶା ଗ୍ରାମୀଣ କ୍ରିକେଟ ଲିଗ୍ ପକ୍ଷରୁ ଖେଳାଳିଙ୍କ ନାମ ପଞ୍ଜିକରଣର ଶୁଭାରମ୍ଭ ହୋଇଯାଇଛି । ଓଜିସିଏଲ ରାଜ୍ୟ ସଭାପତି ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସଭାପତି ଖେମରାଜ ଜାନୀଙ୍କ ଅଧ୍ୟକ୍ଷତାରେ ଆଜିର ଏହି ନାମ ପଞ୍ଜିକରଣର ଶୁଭାରମ୍ଭ ହୋଇଛି ।
ଏହି ଉତ୍ସବରେ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ ସାମିଲ ହୋଇଥିଲେ । ଗ୍ରାମାଞ୍ଚଳରେ ଗରିବ କ୍ରିକେଟ ଖେଳାଳି ମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ ପଲ୍ଲୀରୁ ଦିଲ୍ଲୀ କେମିତି ଏହି ପ୍ରତିଭାବାନ୍ ଖେଳାଳି ପହଞ୍ଚିପାରିବେ ତାହା ହେଉଛି ଓଜିସିଏଲ ଲକ୍ଷ୍ୟ । ତେବେ ଏହି ପଦକ୍ଷେପ ଏକ ଉନ୍ନତମାନର ପଦକ୍ଷେପ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ