ETV Bharat / state

ନବରଙ୍ଗପୁରରୁ ନୂଆ 52 କୋରୋନା ଆକ୍ରାନ୍ତ ଚିହ୍ନଟ - new corona positive in nabarangpur

ନବରଙ୍ଗପୁର ଜିଲ୍ଲାରେ ନୂଆ 52ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଅଧିକ ପଢନ୍ତୁ:

ନବରଙ୍ଗପୁରରେ ନୂଆ 52କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Oct 19, 2020, 4:31 PM IST

ନବରଙ୍ଗପୁର: ସାରା ଦେଶରେ ଗତ ଛଅ ମାସ ହେବ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ପଜିଟିଭ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢି ଚାଲିଛି । ତେବେ ଏହି କିଛି ଦିନ ହେବ କୋରୋନା ପଜିଟିଭ ସଂଖ୍ୟାରେ ହ୍ରାସ ଘଟିଥିବା ବେଳେ ରାଜ୍ୟରେ ସ୍ଥିତି ସାମାନ୍ୟ ସୁଧୁରିଥିଲା । ହେଲେ ସୋମବାର ନବରଙ୍ଗପୁରରୁ ନୂଆ 52ଆକ୍ରାନ୍ତ ଚିହ୍ନଟ ଚିନ୍ତା ବଢାଇଛି ।

ନବରଙ୍ଗପୁରରେ ନୂଆ 52କୋରୋନା ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରେ ନୂଆ 52କୋରୋନା ଆକ୍ରାନ୍ତ ଚିହ୍ନଟ

ସୋମବାର 24 ଘଣ୍ଟାରେ ରାଜ୍ୟରେ ତିରିଶଟି ଜିଲ୍ଲାରୁ ୧୯୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ନବରଙ୍ଗପୁର ଜିଲ୍ଲାରେ 52ଜଣ ନୂଆ ଆକ୍ରାନ୍ତ ଅଛନ୍ତି । ନବରଙ୍ଗପୁର ପୌରାଞ୍ଚଳରୁ 11 ଜଣ, ଝରିଗାଁ ବ୍ଲକରୁ 9 ଜଣ, କୋଷାଗୁମୁଡା ବ୍ଲକରୁ 7 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ ସର୍ବାଧିକ6 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନନ୍ଦାହାଣ୍ଡି ଓ ରାଇଘର ବ୍ଲକରୁ 5 ଜଣ ଲେଖାଏଁ, ନବରଙ୍ଗପୁର 3ଜଣ,ପାପଡାହାଣ୍ଡି ବ୍ଲକରୁ 3ଜଣ ଉମରକୋଟ ପୌରାଞ୍ଚଳରୁ 2 ଜଣ ଓ ଚନ୍ଦାହାଣ୍ଡି ବ୍ଲକରୁ ଜଣେ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4,828ରେ ପହଞ୍ଚିଛି । ଏଯାଏଁ 4345 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 456ଟି ସକ୍ରିୟ ମାମଲା ରହିଛି । ଏହା ସହ 339 ଜଣ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.