ETV Bharat / state

ରାସ୍ତାକଡରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ପାଉରବେଲା ଗ୍ରାମ ନିକଟରେ ରାସ୍ତା କଡରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର । ଶିଶୁ ପୁତ୍ରର ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ବେଳେ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାସ୍ତାକଡରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ରାସ୍ତାକଡରୁ ନବଜାତ ଶିଶୁପୁତ୍ର ଉଦ୍ଧାର
author img

By

Published : Jul 16, 2020, 3:46 PM IST

Updated : Jul 16, 2020, 7:47 PM IST

ନବରଙ୍ଗପୁର: ରାସ୍ତା କଡରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର । ଏହି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ପାଉରବେଲା ଗ୍ରାମ ନିକଟରେ । ଗୁରୁବାର ସକାଳୁ ପାଉରବେଲା ଗ୍ରାମର ଦୁଲାଲ ଚନ୍ଦ୍ର କାଏତ ତୁରୁଡି-ପାଉରବେଲା ମୁଖ୍ୟ ରାସ୍ତା ନିକଟରେ ଥିବା ନିଜ ଚାଷ ଜମିକୁ ଚାଷ କାମ ପାଇଁ ଯାଇଥିଲେ । ହେଲେ ସେହି ସମୟରେ ହଠାତ୍ ଏକ ଶିଶୁର କାନ୍ଦିବା ଶବ୍ଦ ଶୁଣିବାକୁ ପାଇଥିଲେ ।

ଏଭଳି କାନ୍ଦିବା ଶବ୍ଦ ଜମିରୁ କିଭଳି ଆସୁଛି ଭାବି ଖୋଜା ଖୋଜି କରି ନିକଟକୁ ଯାଇ ଏକ ନବଜାତ ଶିଶୁ ପୁତ୍ରୁ ପଡିଥିବା ଦେଖିବାକୁ ପାଇଥିଲେ । ଶିଶୁଟି ଜୀବିତ ଥିବା ଦେଖି ସଙ୍ଗେ ସଙ୍ଗେ ନିକଟସ୍ଥ ଜୋଡିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ସୁଧାଂଶୁ ସେଠୀ ଶିଶୁଟିକୁ ପ୍ରାଥମିକ ଚିକିତ୍ସା ପରେ ରାଇଘର ଡାକ୍ତର ଖାନାକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି ।

ଶିଶୁ ପୁତ୍ରର ଅବସ୍ଥା ବର୍ତ୍ତମାନ ସ୍ଥିର ଥିବାବେଳେ କିଏ ଏବଂ କେଉଁ ପରିସ୍ଥିତିରେ ନବଜାତ ଶିଶୁଟିକୁ ଏଭଳି ଅବସ୍ଥାରେ ରାସ୍ତା କଡରେ ଫିଙ୍ଗି ଚାଲିଗଲା ସେ ନେଇ କୁନ୍ଦେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Jul 16, 2020, 7:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.