ETV Bharat / state

ନବରଙ୍ଗପୁରରୁ ନୂଆ 14 ଆକ୍ରାନ୍ତ ଚିହ୍ନଟ - ନୂଆ 14 ପଜିଟିଭ

ନବରଙ୍ଗପୁର ଜିଲ୍ଲାରୁ 14 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 3,914କୁ ବୃଦ୍ଧି ପାଇଛି ।

ନବରଙ୍ଗପୁରର ନୂଆ 14 ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରର ନୂଆ 14 ଆକ୍ରାନ୍ତ ଚିହ୍ନଟ
author img

By

Published : Oct 3, 2020, 6:32 PM IST

ନବରଙ୍ଗପୁର: ରାଜ୍ୟରେ କୋରୋନା କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ଶହ ଶହ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଶନିବାର ନବରଙ୍ଗପୁରରୁ 14 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବ ଅପେକ୍ଷା ଶନିବାର କମ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜିଲ୍ଲାବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଚିହ୍ନଟ 14 ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3914 ରେ ପହଁଚିଛି ।

ପଜିଟିଭ ଜଣାପଡିଥିବା 14 ସଂକ୍ରମିତଙ୍କ ମଧ୍ୟରୁ ଉମରକୋଟ ପୌରାଞ୍ଚଳର 4 ଜଣ ହୋଇଥିବାବେଳେ କୋଷାଗୁମୁଡା ବ୍ଲକରୁ 3 ଜଣ, ପାପଡାହାଣ୍ଡି ବ୍ଲକରୁ 3 ଜଣ ଏବଂ ତେନ୍ତୁଳିଖୁଣ୍ଟି, ଉମରକୋଟ, ଚନ୍ଦାହାଣ୍ଡି, ରାଇଘର ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ନବରଙ୍ଗପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3,914କୁ ବୃଦ୍ଧି ପାଇଥିବାବେଳେ 713ଟି ସକ୍ରିୟ କେସ ଓ 3,172 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 69,682 ଜଣଙ୍କର କୋଭିଡ ପରୀକ୍ଷା କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.