ନବରଙ୍ଗପୁର: ଆଜି ଆଦିବାସୀ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚପକ୍ଷରୁ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ଜିଲ୍ଲାପାଳ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ସବୁଠି ଅଗଷ୍ଟ ମାସ ୯ ତାରିଖକୁ ବିଶ୍ବ ଆଦିବାସୀ ଦିବସ ପାଳନ କରାଯାଇଥାଏ।
ନବରଙ୍ଗପୁର ଏକ ଆଦିବାସୀ ଅଞ୍ଚଳରେ ଆଦିବାସୀ ନାଁରେ ଚାକିରୀ କରୁଥିବା ସରକାରୀ ବାବୁମାନଙ୍କର ପ୍ରମାଣପତ୍ର ତଦନ୍ତ, ଆଦିବାସୀ ଭାଈ ଭଉଣୀଙ୍କୁ ଜଙ୍ଗଲ ଜମିପଟ୍ଟା, ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା ଆଦିବାସୀ ଭାଈ ଭଉଣୀ ରେଗୁଲାର ଭଳି ଦାବି ନେଇ ଆଜି ଜନଜାତି ସୁରକ୍ଷା ମଞ୍ଚ ଦାବିପତ୍ର ପ୍ରଦାନ କରିଛି ।
ନବରଙ୍ଗପୁର ଚଉରିଆଗୁଡାରୁ ଆଦିବାସୀ ମାନେ ଶୋଭାଯାତ୍ରା ଆରମ୍ଭ କରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ । କିଛି ଆଦିବାସୀ ହାତରେ କୁରାଡ଼ି, ଧନୁଶର, ଖଣ୍ଡା, ବାଜା ବଜାଇ ସହର ପରିକ୍ରମା କରିଥିଲେ।
ନବରଙ୍ଗପୁରରୁ ତପନ ବିଷୋୟୀ,ଇଟିଭି ଭାରତ