ETV Bharat / state

RTO ନିୟମ ଉଲ୍ଲଂଘନ, ବସ୍ ମାଲିକଙ୍କୁ ୧୧ ଲକ୍ଷରୁ ଊର୍ଦ୍ଧ୍ବ ଜୋରିମାନା - ବସ୍ ମାଲିକଙ୍କ ଉପରେ ୧୧ ଲକ୍ଷ ଫାଇନ

ନିୟମ ଉଲଙ୍ଘନ ଅଭିଯୋଗରେ ଏକ ଘରୋଇ ବସ୍ ଉପରେ ୧୧ ଲକ୍ଷରୁ ଊର୍ଦ୍ଧ୍ବ ଫାଇନ ପକାଇଲା ନବରଙ୍ଗପୁର ପରିବହନ ବିଭାଗ । ଅଧିକ ପଢନ୍ତୁ...

RTO ନିୟମ ଉଲଙ୍ଘନ, ବସ୍ ମାଲିକଙ୍କ ଉପରେ ୧୧ ଲକ୍ଷରୁ ଊର୍ଦ୍ଧ୍ବ ଫାଇନ

author img

By

Published : Sep 26, 2021, 2:11 PM IST

ନବରଙ୍ଗପୁର: ଏକ ଘରୋଇ ବସ୍ ଉପରେ ୧୧ ଲକ୍ଷରୁ ଊର୍ଦ୍ଧ୍ବ ଫାଇନ । ନିୟମ ଉଲଙ୍ଘନ ଅଭିଯୋଗରେ ଏତେ ଟଙ୍କାର ଫାଇନ୍ ପକାଯାଇଥିବା ନବରଙ୍ଗପୁର ପରିବହନ ଅଧିକାରୀ କହିଛନ୍ତି ।

ନବରଙ୍ଗପୁରର ସୋମେଶ ନାମକ ଏକ ଘରୋଇ ବସକୁ ୧୧ ଲକ୍ଷ ୨୨ ହଜାର ୧୪୭ ଟଙ୍କାର ଫାଇନ ପକା ଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏହି ସୋମେଶ ବସ୍ କଲେଜ ଛାତ୍ରଛାତ୍ରୀଙ୍କୁ ଷ୍ଟଡ଼ିଟୁରରେ କଳାହାଣ୍ଡିରୁ ସେମିଳିଗୁଡା ନେଇ ଯାଉଥିଲା । ପାପଡାହାଣ୍ଡି ସ୍ଥିତ ଡିଅର ପାର୍କ ନିକଟରେ ପରିବହନ ବିଭାଗ ତରଫରୁ ଯାନବାହନ ଚେକିଂ ଚାଲି ଥିବାବେଳେ ବସକୁ ଅଟକାଇ ଚେକିଂ କରା ଯାଇଥିଲା ।

ଚେକିଂ ସମୟରେ ମେ ୨୦୧୯ ରୁ ଟ୍ୟାକ୍ସ ଦିଆଯାଇ ନଥିବା ଏବଂ ଗାଡିର ପରମିଟ ନଥିବା ଜଣାପଡିଥିଲା । ଫଳରେ ବସ୍ ମାଲିକଙ୍କ ଉପରେ ୧୧ ଲକ୍ଷ ୨୨ ହଜାର ୧୪୭ ଟଙ୍କାର ଫାଇନ ପକାଇଛି ପରିବହନ ବିଭାଗ । ଅନ୍ୟପଟେ ଅନ୍ୟ ଏକ ଗାଡିର ବ୍ୟବସ୍ଥା କରି ଛାତ୍ରଛାତ୍ରୀଙ୍କୁ ସେମିଳିଗୁଡା ପଠାଯାଇଥିବା ନବରଙ୍ଗପୁର ପରିବହନ ଅଧିକାରୀ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.