ନବରଙ୍ଗପୁର: ଧନ -ସମ୍ପତ୍ତି, ଜୀବନ-ଜୀବିକା, ସବୁ ଖାଇଦେଲା ‘ଫନି’ । ମାସେ ବିତିଗଲା ପରେ ବି କେତେ ଯେ ଏବେ ବି ଅଖିଆ ଅପିଆରେ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି ତାର ହିସାବ ନାହିଁ । ଏପରି ସ୍ଥିତିରେ ପୋଲିସ ଠାରୁ ପ୍ରଶାସନ , ନେତା ଠାରୁ ଶିଳ୍ପପତି ସମସ୍ତେ ନିଜର ବଦାନ୍ୟତା ଦେଖାଇଥିବା ନଜର ଆସିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ନବରଙ୍ଗପୁରର ସମସ୍ତ ସରକାରୀ କର୍ମଚାରୀ ନିଜ ଗୋଟିଏ ଦିନର ଦରମା ବାତ୍ୟା ପ୍ରପୀଡିତଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି ।

ଫନି ପ୍ରଭାବରେ ୧୧ଟି ଜିଲ୍ଲାର ୧୪ ହଜାର ଗ୍ରାମର ପାଖାପାଖି ୧ କୋଟିରୁ ଉର୍ଦ୍ଧ୍ବ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଥିପାଇଁ ବିପନ୍ନଙ୍କୁ ସହାୟତା ଯୋଗାଇବାକୁ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ନିଜର ଗୋଟିଏ ଦିନର ଦରମା ୩୪ଲକ୍ଷ ୩୪ହଜାର ୦୬୨ ଟଙ୍କା ଦାନ କରିଛନ୍ତି । ଶନିବାର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଚେକ ଦେଇଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ