ETV Bharat / state

ଆଇପିଏଲରେ ବେଟିଂ ଅଭିଯୋଗରେ ଜଣେ ଗିରଫ - nabarangapur batting case

ଆଇପିଏଲରେ ବେଟିଂ ଅଭିଯୋଗରେ ନବରଙ୍ଗପୁର ପୋଲିସ ଜଣକୁ ଗିରଫ କରିଛି । ପ୍ରେସମିଟରେ ସୂଚନା ଦେଲେ ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାଇ ମିନା । ଅଧିକ ପଢନ୍ତୁ...

ଆଇପିଏଲ ବେଟିଂ ଅଭିଯୋଗରେ ଜଣେ ଗିରଫ
ଆଇପିଏଲ ବେଟିଂ ଅଭିଯୋଗରେ ଜଣେ ଗିରଫ
author img

By

Published : Apr 19, 2021, 10:58 PM IST

ନବରଙ୍ଗପୁର: ଆଇପିଏଲ ବେଟିଂ ଅଭିଯୋଗରେ ନବରଙ୍ଗପୁର ପୋଲିସ ଜଣକୁ ଗିରଫ କରିଛି । ପ୍ରେସମିଟରେ ସୂଚନା ଦେଲେ ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାଇ ମିନା । ବର୍ତ୍ତମାନ କରନା ସମୟରେ ଚାଲିଥିବା ଆଇପିଏଲକୁ ଅର୍ଥ ଉପାର୍ଜନର ଏକ ସହଜ ସୁଯୋଗ ଭାବେ ବ୍ୟବହାର କରି ଯୁବଗୋଷ୍ଠୀ ଆଇପିଏଲ ବେଟିଂରେ ମତୁଆଲା ହେଉଛନ୍ତି । ଯାହାକୁ ନେଇ ନବରଙ୍ଗପୁର ପୋଲିସ ତୀକ୍ଷଣ ନଜର ରଖିଥିଲା ।

ଆଇପିଏଲ ବେଟିଂ ଅଭିଯୋଗରେ ଜଣେ ଗିରଫ

ଅନଲାଇନ ଆପ ମାଧ୍ୟମରେ ବେଟିଂ ଚାଲିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟାଉନ ପୋଲିସ ତରଫରୁ ଚଢ଼ାଉ କରି ସହର ମଧ୍ୟରୁ ଜଣେ ଯୁବକକୁ ଚଢ଼ାଉ କରି ଗିରଫ କରିଛନ୍ତି ଓ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ଚଢ଼ାଉ ସମୟରେ ଅଭିଯୁକ୍ତଙ୍କ ନିକଟରୁ ୩ ଲକ୍ଷ ୮୮ ହଜାର ନଗଦ ଟଙ୍କା ସହ ୩ ଟି ସୁନା ଚେନ, ୪ ଟି ମୋବାଇଲ ଫୋନ ଜବତ କରିଛି । ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ତାହାକୁ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି । ଏସପିଙ୍କ ସୂଚନା ଅନୁସାରେ ଏହାସହ ଘଟଣାରେ ସଂଶ୍ଲିଷ୍ଟ ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଧରିବା ପାଇଁ ଚଢ଼ାଉ ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.