ETV Bharat / state

ଏମିତି ଜଣେ ମା’... ବୟସର ଅପରାହ୍ନରେ ବି ପୁଅଙ୍କ ସେବାରେ ଲାଗିଛନ୍ତି, କୁଲି କାମ କରି ପେଟ ପୋଷୁଛନ୍ତି

author img

By

Published : May 28, 2022, 9:54 PM IST

ଦୁଇ ଭିନ୍ନକ୍ଷେମ ପୁଅଙ୍କ ସେବା କରୁ କରୁ 70 ବର୍ଷରେ ପହଞ୍ଚିଲେଣି ଜଣେ ବୃଦ୍ଧା । ଏବେ ଆରପାରିକୁ ଚାଲିଗଲେ ପୁଅଙ୍କ କଥା କିଏ ବୁଝିବ, ତାଙ୍କ ଦେଖା ଚାହାଁ କିଏ କରିବ ସେ ଚିନ୍ତା ଘାରିଛି । ସମୟ ଥାଉ ଥାଉ ସେମାନଙ୍କ ଚଳିବା ପାଇଁ ବନ୍ଦୋବସ୍ତ କରିବାକୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ

ଏମିତି ଜଣେ ମାଆ, ବୟସର ସାୟାନ୍ନରେ ବି ପୁଅଙ୍କ ସେବାରେ ଲାଗିଛନ୍ତି !

ନବରଙ୍ଗପୁର: ଅହନିଶି ସେବା କରୁଥିବା ଏ ବୃଦ୍ଧା ହେଉଛନ୍ତି ଜଣେ ମାଆ । 5 ବର୍ଷ କି 10 ବର୍ଷର ପୁଅ ନୁହନ୍ତି 30 ବର୍ଷରୁ ଊର୍ଦ୍ଧ୍ବ ଦୁଇ ଭେଣ୍ଡିଆ ପୁଅଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ଦେଇଛନ୍ତି ଏହି ମାଆ ଜଣକ । କାରଣ ଦୁଇ ପୁଅ ଜନ୍ମରୁ ଭିନ୍ନକ୍ଷମ । କୁଲି କାମ କରି ପୁଅଙ୍କ ପେଟକୁ ଦାନା ଯୋଗାଇବା ସହ ସେମାନଙ୍କ ନିତ୍ୟ କାର୍ଯ୍ୟ ମଧ୍ୟ କରୁଛନ୍ତି ।

ବୟସର ଅପରାହ୍ନରେ ବି ପୁଅଙ୍କ ସେବାରେ ଲାଗିଛନ୍ତି, କୁଲି କାମ କରି ପେଟ ପୋଷୁଛନ୍ତି

ଏଇମିତି ପୁଅଙ୍କ ସେବା କରୁ କରୁ 70 ବରଷ ଛୁଇଁଲାଣି । ଏବେ ଆରପାରିକୁ ଚାଲିଗଲେ ପୁଅଙ୍କ କଥା କିଏ ବୁଝିବ, ତାଙ୍କ ଦେଖା ଚାହାଁ କିଏ କରିବ... ସେ ଚିନ୍ତା ଘାରିଛି । ତେଣୁ ଏପାରିରେ ଥାଉ ଥାଉ ସେମାନଙ୍କ ବନ୍ଦୋବସ୍ତର ଗୁହାରି କରିଛନ୍ତି ଏହି ମାଆ ଜଣକ । ତେବେ ଏହି ସ୍ନେହମୟୀ ଜନନୀ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ସଦର ଉଦୟପୁର ଗ୍ରାମର ସୁନ୍ଦର ମଣି ପାତ୍ର । ଦୁଇ ପୁଅଙ୍କ ଜନ୍ମ ପରେ ପରେ ସ୍ବାମୀ ଆରପାରିକୁ ଚାଲି ଯାଇଛନ୍ତି ।

ବୟସର ସାୟାନ୍ନରେ ଯିଏ ଅନ୍ଧର ଲଉଡି ସାଜିଥାନ୍ତେ, ସେମାନଙ୍କୁ ବି ଦଇବ ଭିନ୍ନକ୍ଷମ କରିଦେଇଛି । ଫଳରେ ସବୁ ଆଶା ଆଉ ସ୍ବପ୍ନକୁ ମାରି ଦୁଇ ପୁଅଙ୍କ ସେବାରେ ଲାଗିଛନ୍ତି ସୁନ୍ଦର ମଣି । ଦୁଇଭାଇଙ୍କୁ ଭିନ୍ନକ୍ଷମ ଭତ୍ତା ବାବଦକୁ ମିଳୁଥିବା ଟଙ୍କା ଏବଂ ସୁନ୍ଦର ମଣି କୁଲିକାମ କରି ଯେଉଁ ଟଙ୍କା ଆଣନ୍ତି ସେଥିରେ ଘର ଚଳେ । କିନ୍ତୁ ଏବେ 70 ବର୍ଷ ବୟସରେ କାମ ଆଉ କରିବା ସମ୍ଭବପର ହେଉନି । ସେପଟେ ଭିନ୍ନକ୍ଷମ ଭତ୍ତା ଆଣିବା ପାଇଁ 4 କିଲୋମିଟର ଚାଲି ଚାଲି ଯିବାକୁ ପଡୁଛି ।

ଏନେଇ ଆମେ ସ୍ଥାନୀୟ ବିଡ଼ିଓଙ୍କୁ ପଚାରିବାରୁ, ଘଟଣାର ତଦନ୍ତ କରିବା ସହ କିପରି ସେମାନଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଯାଇ ପାରିବ ସେ ଉପରେ ଦୃଷ୍ଟି ଦେବେ ବୋଲି କହିଛନ୍ତି । ଏଥିସହ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି ବିଡିଓ l ତେବେ ପ୍ରଶାସନ ଯଦି ବେଳ ଥାଉ ଥାଉ ପରିବାରକୁ ସହାୟତାର ହାତ ବଢାନ୍ତା ତେବେ ବାକି ଦିନ ସୁରୁଖୁରୁରେ କଟିପାରନ୍ତା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.