ETV Bharat / state

Ukraine-Russia Crisis: ୟୁକ୍ରେନରେ ଫସିଛନ୍ତି ନବରଙ୍ଗପୁରର ଛାତ୍ର, ଉଦ୍ଧାର ପାଇଁ ଗୁହାରୀ - Ukraine-Russia Conflict

ୟୁକ୍ରେନରେ ଅନେକ ଭାରତୀୟ ଫସିରହିଥିବା ବେଳେ ସେଥିମଧ୍ୟରୁ ନବରଙ୍ଗପୁରର ଛାତ୍ର ମଧ୍ୟ ଫସିରହିଥିବାର ଖବର ଆସିଛି । ନବରଙ୍ଗପୁର ସହର କେଉଟ ସାହିର ରଜନୀ ପାତ୍ରଙ୍କ ପୁଅ ନରସିଂହ ପାତ୍ର ମଧ୍ୟ ସେଠାରେ ରହିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Ukraine-Russia Crisis: ନବରଙ୍ଗପୁର ସହର କେଉଟ ସାହିର ନରସିଂହ ପାତ୍ର ସେଠାରେ ଫଶିଛନ୍ତି

author img

By

Published : Feb 25, 2022, 4:38 PM IST

ନବରଙ୍ଗପୁର: ୟୁକ୍ରେନ ଋଷ ମଧ୍ୟରେ ଆରମ୍ଭ ହୋଇଛି ଲଢେଇ । ଏହି ପରିସ୍ଥିତିରେ ଚିତ୍ର ଭୟଙ୍କର ଦିଗକୁ ଗତି କରୁଥିବା ବେଳେ ନବରଙ୍ଗପୁର ପାଇଁ ଆସିଛି ଉଦବେଗଜନକ ଖବର । ୟୁକ୍ରେନରେ ଅନେକ ଭାରତୀୟ ଫସିରହିଥିବା ବେଳେ ସେଥିମଧ୍ୟରୁ ନବରଙ୍ଗପୁରର ଛାତ୍ର ମଧ୍ୟ ଫସିରହିଥିବାର ଖବର ଆସିଛି । ନବରଙ୍ଗପୁର ସହର କେଉଟ ସାହିର ରଜନୀ ପାତ୍ରଙ୍କ ପୁଅ ନରସିଂହ ପାତ୍ର ମଧ୍ୟ ସେଠାରେ ରହିଥିବା ସୂଚନା ମିଳିଛି ।

ୟୁକ୍ରେନରେ ଫସିଛନ୍ତି ନବରଙ୍ଗପୁରର ଛାତ୍ର, ଉଦ୍ଧାର ପାଇଁ ଗୁହାରୀ

ନରସିଂହ ୟୁକ୍ରେନର ଟର୍ମିନଲଜି ନେସନାଲ ମେଡିକାଲ ୟୁନିଭର୍ସିଟିରେ ଡାକ୍ତରୀ ପାଠ୍ୟକ୍ରମରେ ଅଧ୍ୟୟନ କରୁଛନ୍ତି । ଏହା ତାଙ୍କର ୫ ବର୍ଷ ସେମିଷ୍ଟାର । ତାଙ୍କ କଲେଜ ଛୁଟି ହୋଇଯାଇଥିବାରୁ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ, ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ୟୁକ୍ରେନରେ ଋଷର ଆକ୍ରମଣ ହୋଇଛି । ଫଳରେ ଅନ୍ୟ ଭାରତୀୟଙ୍କ ସହିତ ନରସିଂହ ମଧ୍ୟ ୟୁକ୍ରେନରେ ଫସିଯାଇଛନ୍ତି ।

ନବରଙ୍ଗପୁରରେ ପରିବାର ଲୋକେ ନରସିଂହଙ୍କ ସହିତ ଯୋଗାଯୋଗରେ ଥିବା ସହିତ ଟେଲିଭିଜନରୁ ସ୍ଥିତି ବିଷୟରେ ଅବଗତ ହେଉଛନ୍ତି । ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ନରସିଂହ ବର୍ତ୍ତମାନ ଭାରତୀୟ ଦୂତାବାସ କାର୍ଯ୍ୟାଳୟରେ ଥିବା ସୂଚନା ମିଳିଛି ଏବଂ ସେ ସୁରକ୍ଷିତ ରହିଥିବା କହିଛନ୍ତି । ଅପରପକ୍ଷରେ ଭାରତ ସରକାର ସୁରକ୍ଷିତ ଭାବେ ସେଠାରୁ ସେମାନଙ୍କୁ ଉଦ୍ଧାର କରିବେ ବୋଲି ଆଶାବାଦୀ ଅଛନ୍ତି ନବରଙ୍ଗପୁରରେ ଥିବା ନରସିଂହଙ୍କ ପରିବାର ଲୋକେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.