ETV Bharat / state

ଡାବୁଗାଁ ବ୍ଲକ୍‌ରେ ଛତୁଆ ଦୁର୍ନୀତି, ତଦନ୍ତ କରିବେ କହିଲେ ଉପଜିଲ୍ଲାପାଳ - ଡାବୁଗାଁ ବ୍ଲକରେ ଛତୁଆ ଦୁର୍ନୀତି

ଡାବୁଗାଁ ବ୍ଲକରେ ଛତୁଆ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ବ୍ଲକ୍‌ରେ ପିଲାଙ୍କୁ ଅତି ନିମ୍ନମାନର ଛତୁଆ ଯୋଗାଇ ଦିଆଯାଉଛି । ଅଧିକ ପଢ଼ନ୍ତୁ

ଡାବୁଗାଁ ବ୍ଲକ୍‌ରେ ଛତୁଆ ଦୁର୍ନୀତି, ତଦନ୍ତ କରିବେ କହିଲେ ଉପଜିଲ୍ଲାପାଳ

author img

By

Published : Jun 15, 2022, 7:58 AM IST

ନବରଙ୍ଗପୁର: ଜିଲ୍ଲା ଡାବୁଗାଁ ବ୍ଲକରେ ଛତୁଆ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ବ୍ଲକ୍‌ରେ ପିଲାଙ୍କୁ ଅତି ନିମ୍ନମାନର ଛତୁଆ ଯୋଗାଇ ଦିଆଯାଉଛି । ସମନ୍ୱିତ ଶିଶୁ ବିକାଶ ଅଧିକାରୀଙ୍କ ତଦାରଖରେ ବିଭିନ୍ନ ସଂସ୍ଥା ଦେଉଥିବା ଛତୁଆ ଅଙ୍ଗନବାଡ଼ି ପିଲାଙ୍କ ସହ ଗର୍ଭବତୀଙ୍କୁ ଦିଆଯାଉଛି ।

ଡାବୁଗାଁ ବ୍ଲକ୍‌ରେ ଛତୁଆ ଦୁର୍ନୀତି, ତଦନ୍ତ କରିବେ କହିଲେ ଉପଜିଲ୍ଲାପାଳ

ତେବେ ଦିଆଯାଉଥିବା ଛତୁଆ ଅତିନିମ୍ନମାନର ବୋଲି ଅଭିଯୋଗ ହୋଇଛି । ଫଳରେ ପିଲା ଓ ଗର୍ଭବତୀଙ୍କ ସ୍ବାସ୍ଥ୍ୟହାନୀ ଘଟିବା ନେଇ ଆଶଙ୍କା କରାଯାଉଛି । ଖାଲି ଛତୁଆ ନୁହେଁ, ନିମ୍ନମାନର ଅଣ୍ଡା, ଚାଉଳ, ବାଦାମଲଡ଼ୁ ମଧ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀଙ୍କ ଛତ୍ରଛାୟରେ ସଂସ୍ଥାଗୁଡ଼ିକ ଏଭଳି ନିମ୍ନମାନର ସାମଗ୍ରୀ ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି ।

ସିଡ଼ିପିଓ ସୁପରଭାଇଜର ମିଳିତ ଭାବରେ ଏଭଳି ଦୁୁର୍ନୀତିରେ ଲିପ୍ତ ରହିଥିବା ଅଭଯୋଗ ହେଉଛି । ବାରମ୍ବାର ଏଭଳି ଅଭିଯୋଗ ପରେ ନବରଙ୍ଗପୁର ଉପଜିଲ୍ଲାପାଳ ଡାବୁଗାଁ ବ୍ଲକକୁ ଅଚାନକ ଗସ୍ତ କରିଛନ୍ତି । ବର୍ତ୍ତମାନ ଅଙ୍ଗନବାଡ଼ି ଖାଦ୍ୟ ବଣ୍ଟନ ରେଜିଷ୍ଟର ମୁତାବକ ଡାବୁଗାଁରେ ସଠିକ ଢଙ୍ଗରେ ଖାଦ୍ୟ ବଣ୍ଟନ ହେଉଛି । ଏଭଳି ଅଭିଯୋଗ ନେଇ ସେ ସରପ୍ରାଇଜ୍‌ ଭିଜିଟ୍‌ କରି ଅଭିଯୋଗର ସମୀକ୍ଷା କରିବେ ବୋଲି କହିଛନ୍ତି । ତେବେ ଏହାକୁ ନେଇ ଜିଲ୍ଲା ପ୍ରଶାସନର କଣ ଆଭିମୁଖ୍ୟ ରହିବ ତାହାରି ଉପରେ ସଭିଁଙ୍କ ନଜର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.