ETV Bharat / state

ନବରଙ୍ଗପୁରରେ SBI ବ୍ୟାଙ୍କ ମୁଖ୍ୟ ଶାଖା ୪୮ ଘଣ୍ଟା ବନ୍ଦ

ନବରଙ୍ଗପୁର SBI ମୁଖ୍ୟ ଶାଖା ସୋମବାର ଓ ମଙ୍ଗଳବାର ବନ୍ଦ । ଅଧିକ ପଢନ୍ତୁ

author img

By

Published : Jan 3, 2022, 8:55 PM IST

ନବରଙ୍ଗପୁରରେ SBI ବ୍ୟାଙ୍କ ମୁଖ୍ୟ ଶାଖା ୪୮ ଘଣ୍ଟା ବନ୍ଦ
ନବରଙ୍ଗପୁରରେ SBI ବ୍ୟାଙ୍କ ମୁଖ୍ୟ ଶାଖା ୪୮ ଘଣ୍ଟା ବନ୍ଦ

ନବରଙ୍ଗପୁର: ଜିଲ୍ଲାରେ ପୁଣି କୋରୋନା ଆତଙ୍କ ଦେଖାଦେଇଛି । ୪୮ ଘଣ୍ଟା ପାଇଁ ବନ୍ଦ ହେଲା ନବରଙ୍ଗପୁର SBI ମୁଖ୍ୟ ଶାଖା। ଏସବିଆଇ ମୁଖ୍ୟ ଶାଖାର ଜଣେ କର୍ମଚାରୀ କୋଭିଡ ସଂକ୍ରମଣ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି(ସୋମବାର) ଓ ଆସନ୍ତାକାଲି ଗ୍ରାହକ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବା ନେଇ ନିର୍ଦ୍ଦେଶ ରହିଛି ।

ଜିଲ୍ଲାରେ ଦୀର୍ଘ ଦିନର ନୀରବତା ପରେ ପୁଣି କଡ଼ ଲେଉଟେଇଛି କୋରୋନା । ବଢିଛି ଦୈନିକ ସଂକ୍ରମଣ । ଆଜି ଜିଲ୍ଲାରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଉମରକୋଟ ମ୍ୟୁନିସିପାଲଟି ଗୁଲିପାଟଣାରେ ଜଣେ ଚିହ୍ନଟ ହୋଇଥିବାବେଳେ ନବରଙ୍ଗପୁର ମ୍ୟୁନିସିପାଲଟିର ଗାଦବାଗୁଡ଼ାରେ ୨, ନନ୍ଦାହାଣ୍ଡି ବ୍ଲକର DHH କ୍ୟାମ୍ପସ ୧, ନବରଙ୍ଗପୁର ବ୍ଲକ ସାନ ମସିଙ୍ଗାରେ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ଜିଲ୍ଲାରେ ୧୮ଟି ଆକ୍ଟିଭ ମାମଲା ରହିଛି ଓ ସମସ୍ତେ ହୋମ ଆଇସୋଲେସନରେ ରହିଥିବା ଜଣାପଡ଼ିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.