ETV Bharat / state

ଅଭିଯୁକ୍ତ ସାଜିଥିଲା ଅଭିଯୋଗକାରୀ, ତଦନ୍ତ କରି ବାନ୍ଧିଲା ପୋଲିସ - ଅଭିଯୁକ୍ତ ସାଜିଥିଲା ଅଭିଯୋଗକାରୀ

ଅଭିଯୁକ୍ତ ସାଜିଥିଲା ଅଭିଯୋଗକାରୀ । ପାପଡାହାଣ୍ଡି ଥାନା ଅନ୍ତର୍ଗତ ନୀଳଗୁଣ୍ଡି ଗୁଡା ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଅପରାଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଲା ପୋଲିସ । ଅଧିକ ପଢନ୍ତୁ

nabarangpur model station police
nabarangpur model station police
author img

By

Published : Dec 25, 2022, 12:10 PM IST

nabarangpur model station police

ନବରଙ୍ଗପୁର: କଥାରେ ଅଛି ଚୋର ମୁହଁ ସବୁ ବେଳେ ଟାଣ । ପଣସ ଖାଇଲା ଅଠା ବୋଳିବାକୁ ଚେଷ୍ଟା କଲା l ଏମିତି ପ୍ଲାନ ରଚିଲା ନାକେ ଦମ ହୋଇଗଲା ପୋଲିସ l ଅଭିଯୋଗ ନେଇ ଆସିଥିବା ଲୋକଟିକୁ ଧରି ପୁରା ଟାଉନ ଘୁରି ବୁଲିଲା ପୋଲିସ । ଶେଷରେ ଅଭିଯୋଗକାରୀ ପାଲଟିଲା ଅଭିଯୁକ୍ତ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ପାପଡାହାଣ୍ଡି ଥାନା ଅନ୍ତର୍ଗତ ନୀଳଗୁଣ୍ଡି ଗୁଡା ଗ୍ରାମରୁ ।

ଘଟଣା ଅନୁସାରେ ପାପଡାହାଣ୍ଡି ଥାନା ଅନ୍ତର୍ଗତ ନୀଳଗୁଣ୍ଡି ଗୁଡା ଗାଁର ରୂପାନ୍ତ ହିଆଲକୁ ବାପା ସୁଶାନ୍ତ ହିଆଲ 27 ହଜାର ଟଙ୍କା ଦେଇ ସୁନା ବନ୍ଧକ ରଖିଥିବା ଲୋକଙ୍କୁ ଦେଇ ଆସିବା ପାଇଁ କହିଥିଲେ l କିନ୍ତୁ ରୂପାନ୍ତ ପୂର୍ବରୁ ଅନ୍ୟ ପାଖରେ ଟଙ୍କା ବାକି ଥିବା ଯୋଗୁଁ ଘରୁ ଆଣିଥିବା ଟଙ୍କା ତାକୁ ସୁଝିଦେଇ ନିଜ ମୋଟର ସାଇକଲକୁ ଅନ୍ୟ ଏକ ସ୍ଥାନରେ ରଖି ପୋଲିସ ପାଖରେ ଆସି ଅଭିଯୋଗ କରିଥିଲା । ଦୁର୍ବୃତ୍ତମାନେ ଟଙ୍କା ଛଡାଇ ନେବା ସହ ମୋବାଇଲ ମୋଟର ସାଇକଲ ସବୁ ନେଇଯାଇଥିବା ନେଇ ଅଭିଯୋଗ କରିଥିଲା ରୂପାନ୍ତ l

ଏହା ମଧ୍ୟ ପଢନ୍ତୁ: ଜନ୍ମବାର୍ଷିକୀରେ ଅଜାତଶତ୍ରୁଙ୍କୁ ଝୁରୁଛି ଦେଶ, ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ଘଟଣାକୁ ନେଇ ପୋଲିସ ଖୋଳତାଡ଼ କରିବା ସତ୍ତ୍ବେ ମଧ୍ୟ ଅଭିଯୁକ୍ତ ନିକଟରେ ପହଞ୍ଚିପାରି ନଥିଲା । ସହରସାରା ସିସିଟିଭି ମଧ୍ୟ ଚେକ କରାଗଲା କିନ୍ତୁ କିଛି ସୁଫଳ ପାଇଲା ନାହିଁ ପୋଲିସ l ଦୀର୍ଘ ଘଣ୍ଟା ପରେ ଅଭିଯୋଗ ନେଇ ଆସିଥିବା ଲୋକକୁ ହିଁ ଧରିଲା ପୋଲିସ । ପରେ ଜଣା ପଡିଲା ଯେ ଅଭିଯୋଗକାରୀ ହିଁ ଅଭିଯୁକ୍ତ । ପରେ ପୋଲିସର ସମୟ ନଷ୍ଟ ଓ ପୋଲିସକୁ ଭୂଆଁ ବୁଲାଇବା କେସରେ ନିଜ ଆଡୁ ମାମଲା ଦାୟର କରି କେସ ନମ୍ବର 619 ରେ IPC 420,182 ରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.