ETV Bharat / state

ପଙ୍ଗପାଳ ଭୟରେ ନବରଙ୍ଗପୁର ଚାଷୀ - ପଙ୍ଗପାଳ ଭୟ

ପଙ୍ଗପାଳ ଭଳି ଦେଖାଯାଉଥିବା କୀଟ ଆସି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ କିଛି ଜଙ୍ଗଲରେ ଆତଙ୍କ ଖେଳାଇଛନ୍ତି । ବୃକ୍ଷରେ ବସି ପତ୍ରଠାରୁ ଆରମ୍ଭ କରି ସମସ୍ତ ଫସଲ ଖାଇଦେଉଛନ୍ତି ।

ପଙ୍ଗପାଳ ଭୟରେ ନବରଙ୍ଗପୁର ଚାଷୀ
ପଙ୍ଗପାଳ ଭୟରେ ନବରଙ୍ଗପୁର ଚାଷୀ
author img

By

Published : Jun 3, 2020, 5:06 AM IST

ନବରଙ୍ଗପୁର: ଏବେ ଚାଷୀଙ୍କୁ ଘାରିଛି ପଙ୍ଗପାଳ ଭୟ । ପଙ୍ଗପାଳ ପରି ଦେଖା ଯାଉଥିବା ଏକ କୀଟକୁ ନେଇ ଚାଷୀ ଆତଙ୍କିତ । କୋରୋନା ସଙ୍କଟ ଭିତରେ ଚାଷୀଙ୍କୁ ଘାରିଲା ପଙ୍ଗପାଳ ଭୟ । ନବରଙ୍ଗପୁର ଜିଲ୍ଲାର ଚାଷୀକୁଳ ଏବେ ଚିନ୍ତାରେ । ଅଜଣା ଫସଲ ହାନି କାରକ କୀଟକୁ ଦେଖି ଚାଷୀ ଆତଙ୍କିତ । ନବରଙ୍ଗପୁର ଚାଷୀଙ୍କୁ ପଙ୍ଗପାଳ ଭୟ ।

ପଙ୍ଗପାଳ ଭୟରେ ନବରଙ୍ଗପୁର ଚାଷୀ

ପଙ୍ଗପାଳ ଭଳି ଦେଖାଯାଉଥିବା କୀଟ ଆସି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ କିଛି ଜଙ୍ଗଲରେ ଆତଙ୍କ ଖେଳାଇଛନ୍ତି । ବୃକ୍ଷରେ ବସି ପତ୍ରଠାରୁ ଆରମ୍ଭ କରି ସମସ୍ତ ଫସଲ ଖାଇଦେଉଛନ୍ତି । ବର୍ତ୍ତମାନ ବିଭିନ୍ନ ଗଣମାଧ୍ୟମରେ ଓଡ଼ିଶାରେ ସମ୍ଭାବ୍ୟ ପଙ୍ଗପାଳ ପ୍ରବେଶ ନେଇ ସତର୍କ ସୂଚନା ଜାରି ହେବା ପରେ ଚାଷୀ ମନରେ ଛନକା ପଶିଥିବା ବେଳେ ଠିକ ଏହି ସମୟରେ ଗଛ ମାନଙ୍କରେ ପଙ୍ଗପାଳ ଭଳି ଦେଖା ଦେଉଥିବା କୀଟକୁ ଦେଖି ଏହା ହିଁ ପଙ୍ଗପାଳ ବୋଲି ଚାଷୀଙ୍କ ମନରେ ଭୟ ସଞ୍ଚାର ସୃଷ୍ଟି ହୋଇଛି ।

ସେହିପରି ପୋଡ଼ଶୀ ରାଜ୍ୟ ଛତିଶଗଡ଼ରେ ପଙ୍ଗପାଳ ଆତଙ୍କ ଦେଖିବାକୁ ମିଳିଛି । ଓଡିଶାର ନବରଙ୍ଗପୁର ଜିଲ୍ଲାର ପ୍ରାୟ 6ଟି ବ୍ଲକ ଛତିଶଗଡ଼ ସୀମାନ୍ତରେ ରହିଥିବାରୁ ଚାଷୀ ଆତଙ୍କିତ ହୋଇ ପଡି ପଙ୍ଗପାଳ ଦାଉରୁ କିଭ0ଳି ନିଜ ଫସଲକୁ ସୁରକ୍ଷିତ ରଖିବେ ତାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ଅଞ୍ଚଳରେ ଦେଖା ଦେଇଥିବା ଏହି ଫସଲ ହାନୀକାରକ କୀଟ ସମ୍ବନ୍ଧରେ କୃଷି ଅଧିକାରୀଙ୍କୁ ପଚାରି ବୁଝିବାରୁ ସେ କହିଥିଲେ ଏହା ଏକ ଭ୍ରମ ବୋଲି କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପଙ୍ଗପାଳ ପ୍ରବେଶ କରିନଥିବା ଏବଂ ଏହା ଝିଣ୍ଟିକା ବୋଲି ପ୍ରକାଶ କରିଛନ୍ତି । ଏଣୁ ଚାଷୀ ଭୟଭୀତ ହେବାର ନାହିଁ ବୋଲି ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.