ETV Bharat / state

19ରୁ ପ୍ରବଳ ବର୍ଷା ! ମୁକାବିଲା ପାଇଁ ନବରଙ୍ଗପୁର ପ୍ରଶାସନର ପ୍ରସ୍ତୁତି - ନବରଙ୍ଗପୁର ପ୍ରଶାସନ

ନବରଙ୍ଗପୁରରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଜରୁରୀ ବୈଠକ । ଜରୁରୀ ସମୟରେ ଲୋକ ପୋଲିସ କଣ୍ଟ୍ରୋଲ ରୁମର ଜରୁରୀକାଳୀନ ନମ୍ବର ୮୨୮୦୬୮୯୮୦୮ରେ ଫୋନ କରିପାରିବେ । ଅଧିକ ପଢନ୍ତୁ..

19ରୁ ପ୍ରବଳ ବର୍ଷା ! ମୁକାବିଲା ପାଇଁ ନବରଙ୍ଗପୁର ପ୍ରଶାସନର ପ୍ରସ୍ତୁତି

author img

By

Published : Oct 18, 2020, 9:26 AM IST

ନବରଙ୍ଗପୁର: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଫଳରେ ଆସନ୍ତା ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ସ୍ଥାନୀୟ ମିଶନ ଶକ୍ତି ସଭା ଗୃହ ନବରଙ୍ଗପୁରରେ ଜିଲ୍ଲାପାଳ ଡାକ୍ତର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଛି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା ୧୯ ତାରିଖରେ ନବରଙ୍ଗପୁର ଜିଲ୍ଲାର ଉପର ମୁଣ୍ଡରେ ଥିବା ଜିଲ୍ଲା କଳାହାଣ୍ଡି, କୋରାପୁଟର ଦଶମନ୍ତପୁର ଏବଂ ରାୟଗଡା ଜିଲ୍ଲାର କାଶୀପୁର ଅଞ୍ଚରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଜିଲ୍ଲାର ଇନ୍ଦ୍ରାବତୀ ଜଳ ଭଣ୍ଡାର ଜଳସ୍ତର ବଢିବା ଆଶଙ୍କା ଅଛି । ଯାହା ଫଳରେ ନବରଙ୍ଗପୁର ଜିଲ୍ଲାର ତଳିଆ ଅଞ୍ଚଳ ମାନଙ୍କରେ ରହୁଥିବା ଲୋକମାନଙ୍କୁ ସତର୍କ କରାଇ ଆଗୁଆ ପଦକ୍ଷେପ ନେବା ପାଇଁ ଏକ କମିଟି ଗଠନ କରାଯାଇ ସ୍ଥିତି ନିରୀକ୍ଷଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଇନ୍ଦ୍ରାବତୀ ଜଳପ୍ରପାତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗଗନ ବିହାରୀ ସାହୁଙ୍କୁ ସମ୍ଭାବ୍ୟ ସ୍ଥିତି ଉପରେ ନଜର ରଖିବା ସହ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ।

ସେହିପରି ଜିଲ୍ଲାର ୪ଟି ବ୍ଲକ ନବରଙ୍ଗପୁର, ନନ୍ଦାହାଣ୍ଡି, କୋଡୀଙ୍ଗା ଏବଂ ତେନ୍ତୁଳୀଖୁଣ୍ଟିର ତହସିଲଦାର ଏବଂ କର୍ମଚାରୀମାନେ ସଜାଗ ରହି ସ୍ଥିତି ଉପରେ ନଜର ରଖିବା ସହ ଏହି ସମୟରେ ସଦରମହକୁମା ଛାଡି ବାହାରକୁ ନ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବର୍ଷାକୁ ଆଖି ଆଗରେ ରଖି ନବରଙ୍ଗପୁର ସହରର ନାଳ ନର୍ଦ୍ଦମା ଗୁଡିକ ସଫା ରଖି ଡ୍ରେନେଜ ବ୍ୟବସ୍ଥା ଦେଖିବାକୁ କୁହାଯାଇଛି । ଏଥିସହ ଶନିବାରଠାରୁ ତଳିଆ ଅଞ୍ଚଳ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ନିରୀକ୍ଷଣ କରି ଲୋକଙ୍କୁ ସତର୍କ କରାଇ ସୂଚନା ପ୍ରଦାନ କରିବାକୁ କୁହାଯାଇଛି । ଏଥିପାଇଁ ଜିଲ୍ଲା ଜରୁରୀ କାଳୀନ ନିୟନ୍ତ୍ରଣ କକ୍ଷର ଫୋନ ନମ୍ବର ୭୦୭୭୪୫୦୦୭୭ ଜାରି କରାଯାଇଥିବା ବେଳେ ନବରଙ୍ଗପୁର ଏସପି ନିତିନ କୁଶଲକର ଲୋକଙ୍କୁ ସତର୍କ ରହିବା ସହ ପୋଲିସ କଣ୍ଟ୍ରୋଲ ରୁମର ଜରୁରୀକାଳୀନ ନମ୍ବର ୮୨୮୦୬୮୯୮୦୮ ଜାରି କରି ଜରୁରୀ ସମୟରେ କଲ କରିବାକୁ କହିଛନ୍ତି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଉପ-ଜିଲ୍ଲାପାଳ ଭାସ୍କର ରଇତ, ନବରଙ୍ଗପୁର ଅତିରିକ୍ତ ତହସିଲଦାର ଗୀତା ମୁର୍ମୁ, ତହସିଲଦାର ନନ୍ଦାହାଣ୍ଡି ଏ ସ୍ନେହଲତା, ତେନ୍ତୁଳୀଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କର, କୋଡ଼ିଂଗା ତହସିଲଦାର ସହଦେବ କୁଟୁରୁକା, ଏମ ଆଇ ନିର୍ବାହୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ, ଏସ୍ଡ଼ିପିଓ ପାପଡାହାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.