ETV Bharat / state

ଡାବୁଗାଁ ଜଙ୍ଗଲରେ ନିଆଁ, ବହୁ ମୂଲ୍ୟବାନ ବନସ୍ପତି ଓ ଔଷଧୀୟ ଗଛ ପୋଡି ନଷ୍ଟ - ଅଗ୍ନିଶମ ବାହିନୀ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନବିଭାଗ ଅଧିନସ୍ଥ ଝାଲିଆଗୁଡା ରାସ୍ତା ନିକଟସ୍ଥ ବନରେ ନିଆଁ ଲାଗିଛି। ଯାହାଦ୍ବାରା ବହୁ ମୂଲ୍ୟବାନ ବନସ୍ପତି ଓ ଔଷଧୀୟ ଗଛ ପୋଡି ନଷ୍ଟ ହୋଇଯାଇଛି।

ଡାବୁଗାଁ ଜଙ୍ଗଲରେ ନିଆଁ
ଡାବୁଗାଁ ଜଙ୍ଗଲରେ ନିଆଁ
author img

By

Published : Mar 19, 2021, 2:51 PM IST

ନବରଙ୍ଗପୁର: ଥମିବାର ନାଁ ଧରୁନି ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗୁଥିବା ନିଆଁ । ନବରଙ୍ଗପୁର ଡାବୁଗାଁ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଥିବା ଦେଖାଯାଇଛି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନ ବିଭାଗ ଅଧିନସ୍ଥ ଝାଲିଆଗୁଡା ରାସ୍ତା ନିକଟସ୍ଥ ବନରେ ନିଆଁ ଲାଗିଛି। ଯାହାଦ୍ବାରା ବହୁ ମୂଲ୍ୟବାନ ବନସ୍ପତି ଓ ଔଷଧୀୟ ଗଛ ପୋଡି ନଷ୍ଟ ହୋଇଯାଇଛି।

ଡାବୁଗାଁ ଜଙ୍ଗଲରେ ନିଆଁ

କୌଣସି କାରଣରୁ ଝାଲିଆଗୁଡା ପାଖ ଜଙ୍ଗଲରେ ନିଆଁ ଲାଗିଥିଲା । ନିଆଁ କ୍ରମଶଃ ଅନିୟନ୍ତ୍ରିତ ହେବା ପରେ ମଧ୍ୟ ଡାବୁଗାଁ ବନ ବିଭାଗର କୌଣସି କର୍ମଚାରୀ ନିଆଁ ଲାଗିଥିବା ସ୍ଥାନକୁ ଯାଇନଥିଲେ ବୋଲି ସୂଚନା ମିଳିଛି ।ବନ ବିଭାଗର କର୍ମଚାରୀଙ୍କ ଅବହେଳା ଯୋଗୁଁ ବାଧ୍ୟ ହୋଇ କିଛିଲୋକ ଏହି ଘଟଣା ବିଷୟରେ ଡାବୁଗାଁ ଅଗ୍ନିଶମ ବହିନୀକୁ ସୂଚନା ଦେଇଥିଲା।

ଖବର ପାଇ ଡାବୁଗାଁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଯାଇ ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଆୟତ୍ତ ହେବାର ଅଧଘଣ୍ଟା ପରେ ସେଇ ସ୍ଥାନକୁ କିଛି ବନବିଭାଗ କର୍ମଚାରୀ ପହଞ୍ଚିଥିଲେ । ଜଙ୍ଗଲ ସୁରକ୍ଷା ନେଇ ବନବିଭାଗ ଦ୍ବାରା ସଚେତନତା କାର୍ଯ୍ୟକ୍ରମ କେବଳ ନାମକୁ ମାତ୍ର ଏବଂ ପ୍ରହସନ ବୋଲି ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି ।

ଡାବୁଗାଁ ଅଞ୍ଚଲରେ ବନ ବିଭାଗ କର୍ମଚାରୀ ଏବଂ କାଠ ମାଫିଆଙ୍କ ମଧୁଚନ୍ଦ୍ରିକା କଥା ନ କହିବା ଭଲ । ଏଥିପାଇଁ ଧିରେ ଧିରେ ଜଙ୍ଗଲ ଧ୍ବଂସ ହେବାକୁ ବସିଲାଣି ବୋଲି ସାଧାରଣରେ ଚର୍ଚ୍ଚ। ହେଉଥିବା ଖବର ମିଳୁଛି । ଏଥିପ୍ରତି ଜିଲ୍ଲା ବନଖଣ୍ଡ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ରହିଥିବାବେଳେ ଡାବୁଗାଁ ବନାଞ୍ଚଳ ଦାୟିତ୍ବରେ ଥିବ କର୍ମଚାରୀଙ୍କ ବିରୁଦ୍ଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ବୋଲି ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.