ETV Bharat / state

ଆକ୍ସନ୍ ମୁଡରେ ଡାବୁଗାଁ ବିଧାୟକ, ଭୋକିଲା ସ୍କୁଲ ପିଲାଙ୍କୁ ଖୁଆଇଲେ ଖାଦ୍ୟ - ଡାବୁଗାଁ ବିଧାୟକ

ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବଣ୍ଟନରେ ଅବହେଳା । ମଧ୍ୟାହ୍ନ ଭୋଜନ ନଖାଇ ଉପାସରେ ଥିବା ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଖୁଆଇଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ଅଧିକ ଖବର ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Oct 1, 2019, 1:25 AM IST

ନବରଙ୍ଗପୁର: ଗତକିଛି ଦିନ ଧରି ଲାଇମ ଲାଇଟରେ ରହିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ନିଜର ପ୍ରଶଂସନୀୟ କାର୍ଯ୍ୟ ପାଇଁ ସବୁ ମହଲେ ତାଙ୍କୁ ସ୍ବାଗତ କରାଯାଉଛି । ଏଥର କିନ୍ତୁ ବିଧାୟକ ଟିକେ ଆକ୍ସନ ମୁଡକୁ ଆସିଯାଇଛନ୍ତି । ଯାହାଫଳରେ ସାମ୍ନାକୁ ଆସିଛି ଏକ ବଡ ଅନିୟମିତତାର ଦୃଶ୍ୟ ।

ଆକ୍ସନ୍ ମୁଡରେ ଡାବୁଗାଁ ବିଧାୟକ

ଘଟଣାଟି ଏପରିକି, ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବଣ୍ଟନରେ ଅବହେଳା । ମଧ୍ୟାହ୍ନ ଭୋଜନ ନଖାଇ ଉପାସରେ ରହିବା । ଏହାସହ ସ୍କୁଲକୁ ବିଧାୟକଙ୍କ ଅଚାନକ ପରିଦର୍ଶନ ଓ ତଦନ୍ତ ପରେ ସାମ୍ନାକୁ ଆସିଛି ପ୍ରକୃତ ସତ୍ୟ ଘଟଣା । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଧନଶୁଲି ଆଶ୍ରମ ବିଦ୍ୟାଳୟରେ ।

ମଧ୍ୟାହ୍ନ ସମୟ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଧନସୁଲି ଆଶ୍ରମ ବିଦ୍ୟାଳୟକୁ ହଠାତ ପରିଦର୍ଶନ ରେ ଯାଇଥିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ସ୍କୁଲରେ ଥିବା ଅନ୍ତେବାସୀ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଛନ୍ତି ନା ନାହିଁ ମଧ୍ୟାହ୍ନ ଭୋଜନରେ କଣ ଦିଆଯାଇଥିଲା ସେ ସମ୍ବନ୍ଧରେ ପଚାରିଥିଲେ ବିଧାୟକ । କିନ୍ତୁ ସ୍କୁଲରେ ଥିବା ୬୬ ଜଣ ଛାତ୍ରଛାତ୍ରୀ ଖାଦ୍ୟ ଅଭାବ ଯୋଗୁଁ ମଧ୍ୟାହ୍ନ ଭୋଜନ ଗ୍ରହଣ କରିନଥିବା ପ୍ରକାଶ କରିଥିଲେ । ଯାହା ଶୁଣି ହତବାକ ହୋଇଯାଇଥିଲେ ବିଧାୟକ ।

ବିଧାୟକ ଜାଣିବାକୁ ପାଇଥିଲେ ଯେ ବିଦ୍ୟାଳୟରେ ୪୪୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୩୦୦ ଜଣ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଛନ୍ତି । ଆଜି ୨୬୦ ଜଣ ଛାତ୍ରଛାତ୍ରୀ ସ୍କୁଲରେ ଉପସ୍ଥିତି ରହିଥିଲେ । ସେଥିମଧ୍ୟରୁ ୧୯୪ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିବା ବେଳେ ଭାତ ରହିଥିଲା କିନ୍ତୁ ଡାଲି ଓ ତରକାରୀ ରହିନଥିବାରୁ ୬୬ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଗ୍ରହଣ କରିନଥିଲେ ।

ସଙ୍ଗେ ସଙ୍ଗେ ସେ ପୁନର୍ବାର ମଧ୍ୟାହ୍ନ ଭୋଜନ ରୋଷେଇ କରି ନିଜେ ରନ୍ଧାଖାଦ୍ୟ ପରଶିଥିଲେ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସ୍କୁଲକୁ ଡକାଇ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ କେବେ ଏଭଳି ଘଟଣା ଘଟିନଥିବା ବେଳେ ଆଜି ହିଁ ଏଭଳି ଘଟଣା ଘଟିଥିବା ସ୍କୁଲ ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି ।

ଖବର ପାଇ ଘଟଣାସ୍ଥଳକୁ ଜିଲ୍ଲାମଙ୍ଗଳ ଅଧିକାରୀ ପହଞ୍ଚିଥିଲେ । ଏହାସହ କେଉଁ ପରିସ୍ଥିତିରେ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ କରାଯାଇଥିଲା ସେ ସମ୍ବନ୍ଧରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ :- ଆକ୍ସନ୍ ମୁଡ୍ ରେ ଡାବୁଗାଁ ବିଧାୟକ !
ଫର୍ମାଟ :- ଏଭିଓ ବାଇଟ
ରିପୋର୍ଟର :- ତପନ ବିଷୋୟୀ
ସ୍ଥାନ:- ନବରଙ୍ଗପୁର

ଆଙ୍କର :- ଛାତ୍ରଛାତ୍ରୀ ଙ୍କ ମଧ୍ୟାହ୍ନ ଭୋଜନ ବଣ୍ଟନ ରେ ଅବହେଳା । ମଧ୍ୟାହ୍ନ ଭୋଜନ ନ ଖାଇ ଉପାସରେ ରହିଲେ ଛାତ୍ର ଛାତ୍ରୀ । ସ୍କୁଲ କୁ ଯାଇ ବିଧାୟକଙ୍କ ତଦନ୍ତ ପରେ ସାମ୍ନା କୁ ଆସିଲା ଏହି ଘଟଣା । ଏଭଳି ଘଟଣା ଦେଖିବା କୁ ମିଳିଛି ନବରଙ୍ଗପୁର ଜିଲ୍ଲା ଧନଶୁଲି ଆଶ୍ରମ ବିଦ୍ୟାଳୟରେ ।
ମଧ୍ୟାହ୍ନ ସମୟ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଧନସୁଲି ଆଶ୍ରମ ବିଦ୍ୟାଳୟ କୁ ହଠାତ ପରିଦର୍ଶନ ରେ ଯାଇଥିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ସ୍କୁଲ ରେ ଥିବା ଅନ୍ତେବାସୀ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଛନ୍ତି ନା ନାହିଁ ମଧ୍ୟାହ୍ନ ଭୋଜନ ରେ କଣ ଦିଆଯାଇଥିଲା ସେ ସମ୍ବନ୍ଧରେ ପଚାରିଥିଲେ ବିଧାୟକ । କିନ୍ତୁ ସ୍କୁଲ ରେ ଥିବା ୬୬ ଜଣ ଛାତ୍ରଛାତ୍ରୀ ଖାଦ୍ୟ ଅଭାବ ଯୋଗୁଁ ମଧ୍ୟାହ୍ନ ଭୋଜନ ଗ୍ରହଣ କରିନଥିବା ପ୍ରକାଶ କରିଥିଲେ । ଯାହା ଶୁଣି ହତବାକ ହୋଇଯାଇଥିଲେ ବିଧାୟକ । ବିଧାୟକ ଜାଣିବାକୁ ପାଇଥିଲେ ଯେ ବିଦ୍ୟାଳୟ ରେ ୪୪୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୩୦୦ ଜଣ ଛାତ୍ରଛାତ୍ରୀ ହଷ୍ଟେଲ ରେ ରହୁଛନ୍ତି । ଆଜି ୨୬୦ ଜଣ ଛାତ୍ରଛାତ୍ରୀ ସ୍କୁଲ ରେ ଉପସ୍ଥିତି ରହିଥିଲେ । ୧୯୪ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିବା ବେଳେ ଭାତ ରହିଥିଲା କିନ୍ତୁ ଡାଲି ଓ ତରକାରୀ ରହୀନଥିବାରୁ ୬୬ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଗ୍ରହଣ କରିନଥିଲେ । ସଂଗେ ସଂଗେ ସେ ପୁନର୍ବାର ମଧ୍ୟାହ୍ନ ଭୋଜନ ରୋଷେଇ କରି ନିଜେ ରନ୍ଧାଖାଦ୍ୟ ପରଶିଥିଲେ । ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଙ୍କୁ ସ୍କୁଲ କୁ ଡକାଇ ଘଟଣାର ତଦନ୍ତ ପାଇଁ ନିର୍ଧେସ ଦେଇଥିଲେ । ପୂର୍ବରୁ କେବେ ଏ ଭଳି ଘଟଣା ଘଟିନଥିବା ବେଳେ ଆଜି ହିଁ ଏଭଳି ଘଟଣା ଘଟିଥିବା ସ୍କୁଲ ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଥିଲେ ।
ଖବର ପାଇ ଘଟଣା ସ୍ଥଳ କୁ ଜିଲ୍ଲାମଙ୍ଗଳ ଅଧିକାରୀ ପହଞ୍ଚି କେଉଁ ପରିସ୍ଥିତି ରେ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇନଥିଲା ସେ ସମ୍ବନ୍ଧରେ ଘଟଣାର ତଦନ୍ତ କରି ଦୋଷୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସୂଚନା ଦେଇଛନ୍ତି ।
Byte - ମନୋହର ରନ୍ଧାରୀ(ବିଧାୟକ, ଡାବୁଗାଁ)
Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.