ETV Bharat / state

କଂଗ୍ରେସକୁ ଝଟକା; ଦଳ ଛାଡିଲେ ଜିଲ୍ଲା ଯୁବ କଂଗ୍ରେସ ସଭାପତି - Another ally left the team

ଧୀରେ ଧୀରେ ସଫା ହେଉଛି ଅଭିଭକ୍ତ କୋରାପୁଟ ଜିଲ୍ଲାରୁ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ । ଦଳର ହେଭିୱେଟ ଦଳ ଛାଡିବା ପୂର୍ବରୁ ଆଗ ଦଳ ଛାଡୁଛନ୍ତି ସମର୍ଥକ ଓ ଛାମୁଆ ନେତା । ଅଧିକ ପଢନ୍ତୁ...

ଅଖିଳ ଭତରା
ଅଖିଳ ଭତରା
author img

By

Published : Oct 21, 2021, 10:25 PM IST

ନବରଙ୍ଗପୁର: ଧୀରେ ଧୀରେ ସଫା ହେଉଛି ଅଭିଭକ୍ତ କୋରାପୁଟ ଜିଲ୍ଲାରୁ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ । ଦଳର ହେଭିୱେଟ ଦଳ ଛାଡିବା ପୂର୍ବରୁ ଆଗ ଦଳ ଛାଡୁଛନ୍ତି ସମର୍ଥକ ଓ ଛାମୁଆ ନେତା । କିଛି ଦିନ ତଳେ ପୂ୍ର୍ବତନ ବିଧାୟକ କୈଳାଶ କୁଲେଶିକା ବିଜେଡିରେ ମିଶିବାର ଗୋଟିଏ ଦିନ ପରେ ଆଜି ନବରଙ୍ଗପୁର ଯୁବ କଂଗ୍ରେସ ସଭାପତି ଅଖିଳ ଭତରା କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

କଂଗ୍ରେସକୁ ଝଟକା; ଦଳ ଛାଡିଲେ ଜିଲ୍ଲା ଯୁବ କଂଗ୍ରେସ ସଭାପତି

ରାଜ୍ୟ ସଭାପତିଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ଅଖିଳ ଦର୍ଶାଇଛନ୍ତି ଯେ, ସେ ୨୦୧୦ ରୁ ଦଳରେ ଯୋଗ ଦେଇ ବିଭିନ୍ନ ପଦ ପଦବୀରେ କାମ କରିଆସିଛନ୍ତି । କିନ୍ତୁ ବର୍ତ୍ତମାନ ଦଳ ସହ ସେ ଆଉ ରହିବେ ନାହିଁ । ନିଜର ବ୍ୟକ୍ତିଗତ କାରଣ ପାଇଁ ସେ ଦଳ ଛାଡୁଥିବା ଦର୍ଶାଇଛନ୍ତି ।

ଅଖିଳ ହେଉଛନ୍ତି ପୂର୍ବତନ ସାଂସଦ ତଥା ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଘନିଷ୍ଠ ସହଯୋଗୀ । ନିକଟ ଭବିଷ୍ୟତରେ ପ୍ରଦୀପ ଦଳ ଝାଡିବା ପୂର୍ବରୁ ନିଜ ସହଯୋଗୀ ସମର୍ଥକଙ୍କୁ ଦଳରୁ ନେଇଯାଉଥିବା ଚର୍ଚ୍ଚା ଯୋର ଧରିଛି ।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.